୧୦୧ ଏକର ଜମିରେ ଲାଗିଥିବା ଗଞ୍ଜେଇ ଗଛ ନଷ୍ଟ କଲା କେ. ନୂଆଗାଁ ପୁଲିସ….

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ କ.ନୂଆଗାଁ ଥାନା ପୁଲିସ ଓ ଅବକାରୀ ବିଭାଗର ମିଳିତ ଉଦ୍ୟମରେ ଆଜି କୁଡୁତୁଳି ପଞ୍ଚାୟତ ଡେଙ୍ଗଲlରଗାଁ, ଡମେରିକିଆ ଗ୍ରାମର ଜଙ୍ଗଲରେ ୧୦୧ ଏକର ଜମିରେ ବେଆଇନ ଭାବେ ଲାଗି ଥିବା ଗଞ୍ଜେଇ ଗଛ ଗୁଡିକୁ ଜାଳି ପୋଡ଼ି ନଷ୍ଟ କରିଦିଆଯାଇଛି I ୧୦୧ ଏକର ଜମି ରେ ଲାଗିଥିବା ବେଆଇନ ଗଞ୍ଜେଇ ଗଛର ଆନୁମାନିକ ମୂଲ୍ଯ କୋଟି କୋଟି ଟଙ୍କାରୁ ଉର୍ଦ୍ଧ ହୋଇଥିବା ସୂଚନା ମିଳିଛି I ଏହି ଗଞ୍ଜେଇ କଟା ଅଭିଯାନରେ କ.ନୂଆଗାଁ ଥାନା ଆଇଆଇସି ଶ୍ରୀନିବାସ ସାମଲ, ବାଲିଗୁଡ଼ା ଏସ୍ଡିପିଓ ମୋନଜ କୁମାର ପୁଜାରୀ, ବାଲିଗୁଡ଼ା ଅବକାରି ନିରୀକ୍ଷକ ପୂର୍ଣ୍ଣ ଚନ୍ଦ୍ର ବେହେରl, ଅତିରିକ୍ତ ତହସିଲଦାର, ଏସ୍ଆଇ ପ୍ରକାଶ ପ୍ରଧାନ ଏବଂ ଡିଭି ଏଫ୍ ଜବାନ ସାମିଲ୍ ହୋଇଥିଲେ I