ରୋଗୀ ମୃତ୍ୟୁକୁ ନେଇ ବାଲିଗୁଡ଼ାରେ ରାସ୍ତା ରୋକ….

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାରେ ଚିକିତ୍ସାରେ ଅବହେଳା ଯୋଗୁଁ ଜଣେ ରୋଗୀଙ୍କ ମୁର୍ତ୍ୟୁ ହୋଇ ଥିବା ଅଭିଯୋଗ ହୋଇଛି I ଏହି ଅଭିଯୋଗରେ ଆଜି ବାଲିଗୁଡାର ଜନସାଧାରଣ ବାଲିଗୁଡା ଏନଏଚ ୫୯କୁ ଅବରୋଧ କରି ନିଜର ଦାବିକୁ ଉପସ୍ଥାପନ କରିଛନ୍ତି I ପରିବାର ଲୋକେ ଅଭିଯୋଗ କରିଛନ୍ତି ଯେ ରୋଗୀର ସାମାନ୍ୟ ଗୋଡ଼ ବଥା ହେବାରୁ ଚିକିତ୍ସା ନିମନ୍ତେ ମେଡିକାଲକୁ ଆସିଥିଲେ କିନ୍ତୁ ଡାକ୍ତର ଭୁଲ ଇଂଜେକସନ ଦେବାରୁ ରୋଗୀ ହଠାତ ସିରିଅସ ହେଇ ମୁର୍ତ୍ୟୁ ବରଣ କରି ଥିଲା I ବିରକ୍ତି ମନଭାବ ନେଇ ଡାକ୍ତର ରୋଗୀକୁ ଚିକିତ୍ସା କଲେ ତେଣୁ ରୋଗୀର ମୁର୍ତ୍ୟୁ ହେଲା ବୋଲି ପରିବାର ଲୋକ କହିଛନ୍ତି I ତେଣୁ ମୃତକ ପରିବାରକୁ ଆର୍ଥିକ ସହାୟତା ଓ ବଲିଗୁଡା ଉପଖଣ୍ଡ ଡାକ୍ତର ଖାନାରେ ସମସ୍ତ ଡାକ୍ତର ପଦବୀ ପୂରଣ ନ କଲେ ଆମେ ରାଜ ରାସ୍ତାରୁ ହଟିବୁନି ବୋଲି କହିଛନ୍ତି I ବାଲିଗୁଡ଼ା SDPO ଓ ତହସିଲଦାର ଆସି ଜନସାଧାରଣ ବୁଝାସୁଝା କରିବା ପାଇଁ ଚେଷ୍ଟା କରି ଥିଲେ I କିନ୍ତୁ ଦାବୀ ପୁରଣନ ହେବା ଯାଇ ଏହି ଜାଗାରୁ ହଟିବୁ ନାହିଁ କହିବା ଦେଖିବାକୁ ମିଳିଛି I