ଘୁ.ଉଦୟଗିରି ନୂତନ ତହସିଲଦାର ଓ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ କାର୍ଯ୍ୟଭାର ଗ୍ରହଣ….

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ ଘୁ.ଉଦୟଗିରିର ନୂତନ ତହସିଲଦାର ଓ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦାୟୀତ୍ୱ ଗ୍ରହଣ କରିଛନ୍ତି I ରାଜ୍ୟ ସରକାରଙ୍କ ନିର୍ଦେଶ କ୍ରମେ ଶୁଭ୍ରାଞ୍ଜଳି ପ୍ରଧାନ ଘୁ.ଉଦୟଗିରିର ନୂତନ ତହସିଲଦାର ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି I ଏହା ପୂର୍ବରୁ ସେ କନ୍ଧମାଳ ଜିଲ୍ଲାପାଳଙ୍କ କାର୍ଯ୍ୟଳୟରେ ଡେପୁଟି କଲେକ୍ଟର ଭାବେ କାର୍ଯ୍ୟଭାର ତୁଲାଉଥିଲେ I ଘୁ.ଉଦୟଗିରି ତହସିଲଦାର ଡ଼ଃ ଜନ୍ମେଜୟ ସାହୁଙ୍କ ଭାପୁର ବି.ଡି.ଓ. ଭାବେ ବଦଳି ହେବା ପରେ ନୂତନ ତହସିଲଦାର ଭାବେ ଓଏଏସ ଶୁଭ୍ରାଞ୍ଜଳି ପ୍ରଧାନ ଦାୟିତ୍ୱଭାର ଗ୍ରହଣ କରିଛନ୍ତି I ସେହିପରି ଭାବରେ ନୂତନ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭାବେ ଦାୟିତ୍ୱ ଗ୍ରହଣ କଲେ ଓଏଏସ ଆଶିଷ ତ୍ରିପାଠୀ I ସେ ନୟାଗଡ଼ ଜିଲ୍ଲା ଭାପୁର ବ୍ଲକରୁ ଏଠାକୁ ବିଡିଓ ଭାବେ ବଦଳି ହୋଇ ଆସିଛନ୍ତି I ଦାୟିତ୍ୱ ଗ୍ରହଣ କରି ଶ୍ରୀଯୁକ୍ତ ତ୍ରିପାଠୀ କହିଛନ୍ତି ଯେ ଘୁ.ଉଦୟଗିରି ବ୍ଲକ ଅଧୀନରେ ଥିବା ପର୍ଯ୍ୟଟନ କ୍ଷେତ୍ରର ବିକାଶକୁ ପ୍ରାଥମିକତା ଏଵଂ ଜନସାଧାରଣଙ୍କ ମୌଳିକ ଅଧିକାର ଯୋଗାଇବା ପାଇଁ ଯଥା ସମ୍ଭବ ଚେଷ୍ଟା କରିବେ ବୋଲି କହିଛନ୍ତି I