ଭାରସାମ୍ୟ ହରାଇ ଗଛରେ ପିଟିହେଲା କାଠ ବୋଝେଇ ଟ୍ରକ, ଡ୍ରାଇଭର ଗୁରୁତର…..

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ ତୁମୁଡିବନ୍ଧ ବ୍ଲକ ଅନ୍ତର୍ଗତ, ମୁଣ୍ଡିବାଲି ଛକ ନିକଟରେ ଏକ କାଠ ବୋଝେଇ ଟ୍ରକ OD-02AV-7281 ନୟନ୍ତ୍ରଣ ହରାଇ ରାସ୍ତା କଡରେ ଥିବା ଏକ ଗଛରେ ପିଟି ହେବା ଫଳରେ ଚାଳକ ଜଣକ ଚାପି ହେଇ ଟ୍ରକ ଭିତରେ ରହିଯାଇଥିଲେ I

csp

ଖବର ପାଇ ତୁମୁଡିବନ୍ଧ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଏସଡିପିଓଙ୍କ ଉପସ୍ଥିତିରେ ଜେସିବି ସାହାଯ୍ୟରେ ଗୁରୁତ୍ୱର ଚାଳକଙ୍କୁ ଉଦ୍ଧାର କରି ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟକୁ ଚିକିତ୍ସା ପାଇଁ ଆଣି ଥିଲେ I ପ୍ରାଥମିକ ତଦନ୍ତରୁ ଯାହା ଜଣା ପଡିଛି ଯେ ଗାଡି ରାୟଗଡା ଠାରୁ ଖୋର୍ଦ୍ଧା ଅଭିମୁଖେ ଯାଉଥିବା ସମୟରେ ଏଭଳି ଘଟଣା ଟି ଘଟିଛି I