ଅନୁସନ୍ଧାନ ଭାରତ(ବ୍ୟୁର): ତୁମୁଡ଼ିବନ୍ଧ ପୁଲିସ୍ ୨୧ କିଲୋ ୨୦୦ ଗ୍ରାମ ଗଞ୍ଜେଇ ଜବତ କରିବା ସହ ଗୋଟିଏ ହୋଣ୍ଡା ସାଇନ୍ ମୋଟର ସାଇକଲ ଜବତ କରିଛି I ଜବତ ବାଇକ ନମ୍ବର ହେଲା ୧୩ଜେ- ୪୪୧୬ ଏବଂ ୨ ଜଣକୁ ଗିରଫ କରିଛି I ଜବତ ଗଞ୍ଜେଇ ବାଲିଗୁଡ଼ା ଥାନା ଠାରୁ ଛତିଶଗଡ଼କୁ ଚାଲାଣ ହେଉଥିଲା I କୌଣସି ସୂତ୍ରରୁ ଖବର ପାଇ ଦୁଇ ଗଞ୍ଜେଇ ମାଫିଆଙ୍କୁ କାବୁ କରିଥିଲା I ଗିରଫ ୨ଜଣ ହେଲେ ଛତିଶଗଡ଼ ଜିଲ୍ଲା ରାଇଘର ଥାନାର ବରମକେଲର ହିରାଲାଲ୍ ନିଶାଦ, ଚକ୍ରଧର ବରିହା I ଏ ନେଇ ପୁଲିସ ଗିରଫ ଦୁଇ ଗଞ୍ଜେଇ ମାଫିଆଙ୍କ ବିରୋଧରେ ନମ୍ୱର୍ ୭୭/୨୧ରେ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଥିବା କହିଛନ୍ତି ତୁମୁଡ଼ି ବନ୍ଧ ଥାନା ଅଧିକାରୀ I