ଅନୁସନ୍ଧାନ ଭାରତ(ବ୍ୟୁର): ବାଲିଗୁଡା ନିର୍ବାଚନ ମଣ୍ଡଳୀ କ.ନୂଆଗାଁ ବ୍ଲକ ସାଇନପଡା ଏବଂ କୁଡୁତୁଲି ଗ୍ରାମ ପଞ୍ଚାୟତ ଠାରେ ବିଜୁ ଜନତା ଦଳ ପକ୍ଷରୁ ସାର୍ବଜନୀନ ବୈଠକ ଅନୁଷ୍ଠିତ ହୋଇଥିଲା I କନ୍ଧମାଳ ବାସୀଙ୍କ ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀ ୬୫୭ କୋଟି ୫୭ ଲକ୍ଷ ୪ ହଜାର ଟଙ୍କାର ଦୁଇ ଗୋଟି ବୃହତ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ପାଇଁ ମଞ୍ଜୁର କରିଛନ୍ତି I ସାଇନପଡା ଓ କୁଡୁତୁଲି ଗ୍ରାମ ପଞ୍ଚାୟତ ମଧ୍ୟ ଏହି ପ୍ରକଳ୍ପରେ ଅନ୍ତର୍ଭୁକ୍ତ ତେଣୁ ବିଜୁ ଜନତା ଦଳ ତରଫରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି I ଏହି ସଭାରେ ସାଧାରଣଙ୍କ ସମସ୍ୟା ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା