ଅନୁସନ୍ଧାନ ଭାରତ(ବ୍ୟୁର): ଧାରଣାରେ କୋଭିଡ ଯୋଦ୍ଧା ସ୍ୱାସ୍ଥ୍ୟ କର୍ମୀ I ଏହି ଭଳି ଦୃଶ୍ୟ କନ୍ଧମାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଦେଖିବାକୁ ମିଳିଛି I ମହିଳା ସ୍ୱାସ୍ଥ୍ୟକର୍ମୀ ଜଣକ ଭିନ୍ନକ୍ଷମ ସ୍ୱାମି ଓ ପରିବାର ସଦସ୍ୟଙ୍କ ସହ ଧାରଣାରେ ବସି ଛନ୍ତି I ମହିଳା ସ୍ୱାସ୍ଥ୍ୟକର୍ମୀ ଜଣଙ୍କ ହେଲେ ପସରା ପିଏଚସି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର କାର୍ଯ୍ୟରତ ଏଏନଏମ ବିଦ୍ୟୁତଲତା ନାଏକ I ତାଙ୍କ ସ୍ଵାମୀ ଦୀପକ କୁମାର ହଁସ ମଧ୍ୟ ଜଣେ ଭିନ୍ନକ୍ଷମ I
ତେବେ ଦାରିଙ୍ଗବାଡି ସିଏଚସି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅନ୍ତର୍ଗତ ସିଆଙ୍ଗବାଲିରେ ଏଏନଏମ ଭାବେ ବିଦ୍ୟୁତ କାମ କରୁ ଥିଲେ I ସ୍ୱାସ୍ଥ୍ୟୁଗତ ସମସ୍ୟା ଅନ୍ୟାନ୍ୟ ସମସ୍ୟାର ସମ୍ମୁଖୀନ ହୋଇଥିଲେ I ବିଭାଗୀୟ କତୃପକ୍ଷଙ୍କୁ ଗୁହାରୀ କରି ନିରାଶ ହେବା ପରେ ଶେଷରେ ମାନବ ଅଧିକାର କମିଶନଙ୍କ ଦ୍ଵାରାସ୍ଥ ହୋଇଥିଲେ I ମାନବାଧିକାର କମିଶନଙ୍କ ନିର୍ଦ୍ଦେଶକ୍ରମେ ବିଦ୍ୟୁତଲତାକୁ ଦାରିଙ୍ଗବାଡ଼ି ସିଆଙ୍ଗବାଲିରୁ ନିଜ ଗ୍ରାମ ପସରାକୁ ସିଡିଏମଓ ଡେପୁଟେସନରେ ଆଣିଥିଲେ I ହେଲେ ଆସିବାର ବର୍ଷଟିଏ ନ ହେଉଣୁ ପୁଣି ସିଡ଼ିଏମ ଓ ତେପୁଟେସନ ବାତିଲ କରିବା ସହ କାର୍ଯ୍ୟ କରିବାଲାଗି ଏଏନଏମ ବିଦ୍ୟୁଲତାଙ୍କ ମାନସିକ ସ୍ଥିତି କିପରି ରହିଛି ସେ ନେଇ ବ୍ରହ୍ମପୁର ମେଡିକାଲ ବୋର୍ଡରେ ହାଜର ହୋଇ ସାଟିଫିକେଟ ଆଣିବା ପାଇଁ ଉଦ୍ଦେଶ୍ୟମୂଳକ ଭାବେ ଚିଠି ଲେଖିବା ଫଳରେ ବିଦ୍ୟୁତ ଓ ତାଙ୍କ ଭିନ୍ନକ୍ଷମ ସାମ୍ବାଦିକ ସ୍ୱାମୀ ଦୀପକ ହଁସ ମଧ୍ୟ ମାନସୀକ ଦ୍ଭାରସାମ୍ୟ ହରାଇଥିବା ଅଭିଯୋଗ ହୋଇଛି I
ସିଡ଼ିଏମଓ ଏହାର ବିଚାର କରି ଡ଼େପୁଟେସନ କ୍ୟାନସେଲେସନକୁ ରଦ୍ଦ କରିବା ପାଇଁ ସ୍ୱାସ୍ଥ୍ୟକର୍ମୀ ବିଦ୍ୟୁତଲତା ଓ ଦିପକ ଦାବୀ କରିଛନ୍ତି I ଦୀପକ ଜଣେ ସଚ୍ଚୋଟ ଓ ନିରପେକ୍ଷ ସାମ୍ବାଦିକ ହୋଇଥିବାରୁ ତାଙ୍କୁ ଜାଣି ଶୁଣି ହଇରାଣ କରାଯାଉଥିବା ଦୀପକ ହଁସ ଅଭିଯୋଗ କରିଛନ୍ତି I ତେଣୁ ଜିଲ୍ଲାପାଳ ଏଥିପ୍ରତି ଦୃଷ୍ଟିଦେବା ପାଇଁ ଦୀପକ ହଂସ ଦାବୀ କରିଛନ୍ତି I