ଦୁର୍ଘଟଣାରେ ଶିଶୁମୃତ, କ୍ଷତିପୂରଣ ଦାବିରେରେ ବୌଦ୍ଧ-ଫୁଲବାଣୀ ରାସ୍ତାରୋକ, ୪ଘଣ୍ଟା ପରେ ରାସ୍ତା ରୋକ ପ୍ରତ୍ୟାହାର….

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ ସଦର ଥାନା ସୁଡୁକୁମ୍ପା ଫାଣ୍ଡି ଅନ୍ତର୍ଗତ ଫୁଲବାଣୀରୁ ବୌଦ୍ଧ ଜିଲ୍ଲା ସଂଯୋଗ ବୋଡ଼ର୍ର ଗେଟାମୁଣ୍ଡା ଠାରେ ଏକ ଅଜଣା ଗାଡ଼ି ଧକାରେ ଜଣେ ୪ବର୍ଷ ଶିଶୁର ମୃତ୍ୟୁକୁ ନେଇ ଶବକୁ ରାସ୍ତା ଉପରେ ରଖି କ୍ଷତିପୂରଣ ଦାବିରେ ସ୍ଥାନୀୟ ଅଞ୍ଚଳ ବାସୀଙ୍କ ପକ୍ଷରୁ ରାସ୍ତାରୋକ ଆନ୍ଦୋଳନ ହୋଇଛି I ରାସ୍ତର ତିନୋଟି ସ୍ଥାନରେ ହୋମସ ବସାଇବାକୁ ଦାବୀ କରିଛନ୍ତି ସ୍ଥାନୀୟ ବାସିନ୍ଦା I ଏହି ଦୁର୍ଘଟଣାରେ ଅଞ୍ଚଳର ବାସୀନ୍ଧା ବିଛାନ୍ଦ ପ୍ରଧାନଙ୍କ ପୁଅ ବିନାୟକ ପ୍ରଧାନ (୪)ବର୍ଷ ଶିଶୁ ବୋଲି ଜଣାପଡ଼ିଛି I ଘଟଣାଟି ଦିନ ୨ଟାରେ ଘଟିଥିବା ସ୍ଥାନୀୟ ଅଞ୍ଚଳ ବାସୀଙ୍କ ଠାରୁ ଜଣାପଡିଛି I ବିଛାନ୍ଦ ପ୍ରଧାନ ଜଣେ ଅତି ନିରହ ଜାତିରେ ଗଉଡ଼ ଗୋରୁ ଚରାଇ ଜୀବିକା ନିର୍ବାହ କରନ୍ତି I ଏଭଳି ଅଭାବନୀୟ ଘଟଣା ଘଟିଲା ପରେ ମର୍ମାହତ ହୋଇ ପଡ଼ିଛନ୍ତି I ତେଣୁ ସରକାରୀଙ୍କ ତରଫରୁ କ୍ଷତି ପୁରଣ ପ୍ରଦାନ ପାଇଁ ସ୍ଥାନୀୟ ଅଞ୍ଚଳ ବାସୀ ପ୍ରତିବାଦ ସ୍ୱରୂପ ରାସ୍ତାରୋକ କରିଥିବା ପ୍ରକାଶ କରିଛନ୍ତି I ଦୀର୍ଘ ୪ଘଣ୍ଟା ପରେ ରାସ୍ତା ରୋକ ପ୍ରତ୍ୟାହାର ହୋଇଛି I ରାଜ୍ୟ ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ୨ଲକ୍ଷ ଟଙ୍କା କ୍ଷତି ପୂରଣ ଓ ରାସ୍ତାର ତିନୋଟି ସ୍ଥାନରେ ହୋମସ ନିର୍ମାଣ, ଜିଲା ରେଡ଼କ୍ରସ ପାଣ୍ଠିରୁ ୧୦ ହଜାର ଟଙ୍କା ଓ ହରିଶ୍ଚନ୍ଦ୍ର ଯୋଜନା ଅର୍ଥ ପ୍ରଦାନ ପାଇଁ ଫୁଲବାଣୀ ବରିଷ୍ଟ ପୋଲିସ ଅଧିକାରୀ ଏସଡିପିଓ ମହେନ୍ଦ୍ରନାଥ ମୂର୍ମୁ ଘଟଣାସ୍ଥଳ ପହଞ୍ଚି ପ୍ରତିସୁତି ଦେଲାପରେ ଆନ୍ଦୋଳନ ପ୍ରତ୍ୟାହାର ହୋଇଥିଲା I ସମସ୍ତ ବୁଝାସୁଝାରେ ଶୃଙ୍ଖଳା ରକ୍ଷା କରିବାରେ ସାମାଜସେବୀ ବୈଦ୍ୟନାଥ ବେହେରା ଆରମ୍ଭରୁ ଉପସ୍ଥିତ ରହି ସହଯୋଗ କରିଥିଲେ I ସୁଡୁକୁମ୍ପା ଫାଣ୍ଡି ଅଧିକାରୀ ଜହର ନାୟକ, ସଦର ଏସାଇ ଯୁଗଳ ଦିଗାଲ ଅନ୍ୟାନ୍ୟ ପୁଲିସ କର୍ମଚାରୀ ଉପସ୍ଥିତ ଥିଲେ I ଶବ ବ୍ୟବଛେଦ ପାଇଁ ଫୁଲବାଣୀ ମୂଖ୍ୟ ଚିକିତ୍ସା ଲୟକୁ ପଠା ଯାଇଥିଲା I ରାସ୍ତା ରୋକ ହେବା ଫଳରେ ଘଟଣା ସ୍ଥଳର ଉଭୟ ପାର୍ଶରେ ଶହ ଶହ ଯାନବାହନ ଅଟକି ରହିଥିଲା I ଯାତ୍ରୀମାନେ ଅଟକି ରହି ଥିଲେ ସମସ୍ୟାର ସମ୍ମୁଖୀନ ମଧ୍ୟ ହୋଇ ଥିଲେ I ଅଜଣା କାରଟି ଫୁଲବାଣୀ ପଟୁ ବୌଦ୍ଧ ଜିଲ୍ଲା ଅଭିମୁଖେ ଯାଉଥିଲା ବୋଲି ପ୍ରତ୍ୟକ୍ଷ ଦର୍ଶୀ କହି ଥିବା ବେଳେ ତାହା ଧରା ପଡ଼ିନାହିଁ I