ଅନୁସନ୍ଧାନ ଭାରତ(ବ୍ୟୁର): ବାଲିଗୁଡ଼ା ପୁଲିସ୍ ୫୦ କିଲୋ ୨୦୦ ଗ୍ରାମ ଗଞ୍ଜେଇ ଜବତ କରିବା ସହ ୨ ଜଣ କୁ ଗିରଫ କରିଛି I ଜବତ ଗଞ୍ଜେଇ ବାଲିଗୁଡ଼ା ଥାନା ଅନ୍ତର୍ଗତ ସିନ୍ଦ୍ରିଗାଁ ଠାରୁ ଭୁବନେଶ୍ଵର ଚାଲାଣ ହେଉଥିଲା I
ଗିରଫ ୨ ଜଣ ବାଲିଗୁଡ଼ା ଥାନା ଡୁମୁଡି ସାହିର ଅଜୟ ଦିଗାଲ ଓ ଶଙ୍କର ଦିଗାଲ I ଏମାନଙ୍କ ନାମରେ ଏକ ମାମଲା ନମ୍ୱର୍ ୨୦୩/୨୧ନଂ ରେ ରୁଜୁ କରି କୋର୍ଟ ଚାଲାଣ କରିଥିବା କହିଛନ୍ତି ବାଲିଗୁଡ଼ା ଥାନା ଭାରପ୍ରାପ୍ତ ଅଧିକାରୀ ବାବା ଶଙ୍କର ସରାଫ I