କୋଟଗଡରେ ଫେଲ୍ ମାରିଛି ବିଏସଏନଏଲ ମୋବାଇଲ ସେବା: କଟୁଛି ବେସୀ ରହୁଛି ଅଳ୍ପ, ଜିଲ୍ଲାପାଳଙ୍କ ହସ୍ତ ଖେପ ପାଇଁ ଦାବି…

କୋଟଗଡ(ଦିପେନ୍ଦ୍ର ନାୟକ): କଟୁଛି ବେସୀ ରହୁଛି ଅଳ୍ପ l କନ୍ଧମାଳ ଜିଲ୍ଲାର ଉପାନ୍ତ ବ୍ଲକ କୋଟଗଡ ବ୍ଲକ ଠାରେ ସ୍ଥାପିତ ବିଏସଏନଏଲ ନେଟୱାର୍କର ଅବସ୍ଥା l ତୁ ବି ମୁ….. ଓ… ମୁଁ ବି ମୁ…. ଅବସ୍ଥାରେ କୋଟଗଡରେ ସ୍ଥାପିତ ବିଏସଏନଏଲ ଓ ଜିଓ ନେଟୱାର୍କ l ଜନସାଧାରଣଙ୍କ ଗୁହାରୀ ସୁଣିବାକୁ ନାହାନ୍ତି କମ୍ପାନୀ କର୍ମଚାରୀ l  ଜନସାଧାରଣଙ୍କ ସୁବିଧା ପାଇଁ ହେଡ଼କ୍ଵାଟରରେ ଲକ୍ଷ ଲକ୍ଷ ସରକାରୀ ଅନୁଦାନ ବ୍ୟୟରେ ବିଏସଏନଏଲ ନେଟୱାର୍କ ସ୍ଥାପନ ହୋଇଥିଲା l ହେଲେ ପରିତାପର ବିଷୟ ନେଟୱାର୍କ ରହୁନ ଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି | ଯାହା ପାଇଁ ବିଏସଏନଏଲ ଉପଭୋକ୍ତା ବହୁ ସମସ୍ୟାର ସମ୍ମୁଖିନ ହେଉ ଥିବା କହିଛନ୍ତି l ଭେଲିଡିଟି ରିଚାର୍ଜ ନାମରେ ଦିନ ଦ୍ବି ପ୍ରହରରେ ହରିଲୁଟ ଲୁଟି ନେଉଛି ମାସିକ ଲକ୍ଷ ଲକ୍ଷ ଟଙ୍କା ବୋଲି ମତବ୍ୟକ୍ତ କରିଛନ୍ତି ଉପଭୋକ୍ତା l ଦୁଃଖର ବିଷୟ କୋଟଗଡରେ ନେଟୱାର୍କ ସମସ୍ୟା ବୁଝିବାକୁ ନାହାନ୍ତି କର୍ମଚାରୀ l ସୂଚନା ଥାଉକି, କୋଟଗଡ ବଜାରରେ ବହୁବାଦ ବିବାଦ ପରେ ପ୍ରାୟ ୨୦୦୭ମସିହାରେ ବିଏସଏନଏଲ ଏକମାତ୍ର ନେଟୱାର୍କ ଭାବେ କାର୍ଯ୍ୟକ୍ଷମ ହୋଇଥିଲା l ଆଉ ସେତେବେଳେ ପ୍ରଥମ ନେଟୱାର୍କ ବୋଲି ସମସ୍ତେ ଖୁସିହୋଇଥିଲେ l କିନ୍ତୁ ଆଜି କୋଟଗଡରେ ହଜାର ହଜାର ବିଏସଏନଏଲ ଉପୋଭୋକ୍ତାମହଲରେ ଦୁଃଖ l କାରଣ ବିଏସଏନଏଲ ନେଟୱାର୍କ ‘ରହୁଛି ଅଳପ, ରହୁନି ବେଶି” ଫଳରେ ବିଭିନ୍ନ କ୍ଷେତ୍ରରେ ଉକ୍ତ ନେଟୱାର୍କର ନମ୍ବର ବହୁଳ ବ୍ୟବହାର ହୋଇସାରିଛି l ଅଦ୍ୟାବଧି ଏହି ନମ୍ବର ପରିବର୍ତନ ସମ୍ଭବ ହେଉନି,କି ଆଉ କୋଟଗଡରେ ବିକଳ୍ପ ମିଳୁନି l ବିକଳ୍ପ ଭାବରେ ରିଲିଆନ୍ସର ଜିଓ ନେଟୱାର୍କ ରହିଛି l ହେଲେ ତା ଅବସ୍ଥା ବି ନ କହିବା ଭଲ l କାରଣ ‘ଏଇ ଅଛି, ଏଇ ନାହିଁ “ପରି ଲୁଚକାଳି ଖେଳୁଛି ଜିଓ l ତେଣୁ ଏକ ପ୍ରକାର ହରଡ଼ଘଣାରେ ଜନସାଧାରଣ ଠୁ ଆରମ୍ଭ କରି ସରକାରୀ ବେସରକାରୀ ଅନୁଷ୍ଠାନର କର୍ମଚାରୀ ଓ ସରକାରୀ କାମ l ତେଣୁ କୋଟଗଡ ବିଏସଏନଏଲ ନେଟୱାର୍କ ଉପଖଣ୍ଡ ପରିଚାଳନା ଅଧିକାରୀଙ୍କୁ ଅନୁରୋଧ ତୁରନ୍ତ ଏହାର ଆଶୁ ସମାଧାନ କରାଯାଉ l ନତୋବା କୋଟଗଡ କାର୍ଯ୍ୟରତ ସାମ୍ବାଦିକ ସମୂହ ବିଏଏନଏଲ କାର୍ଯ୍ୟାଳୟ ଘେରାଓ କରିବା ସହ କଂଜୁମର କୋର୍ଟର ଦ୍ୱାରସ୍ତ ହେବା ନେଇ ପ୍ରସ୍ତୁତ ହେଉଥିବା କହିଛନ୍ତି ସ୍ଥାନୀୟ ପ୍ରେସକ୍ଲବ ସଦସ୍ୟସମୂହ ସୁଚନା ଦେଇଛନ୍ତି l