ବିଦ୍ୟୁତ ଆଘାତରେ ଶ୍ରମିକଙ୍କ ମୃତ୍ୟୁ ଘଟଣା, ୫ ଲକ୍ଷ ଟଙ୍କା କ୍ଷତି ପୁରାଣ ଦାବିରେ ରାଜପଥ ଅବରୋଧ….

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ ତୁମୁଡିବନ୍ଧ ଠାରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଶ୍ରମିଙ୍କ ମୃତ ଘଟଣାକୁ ନେଇ କ୍ଷତି ପୁରାଣ ଦାବିରେ ପରିବାର ଏବଂ ଅଂଚଳର ଜନସାଧାରଣ ରାଜ ରାସ୍ତା ଅବରୋଧ କରି ଥିଲେ I ମୃତକ ଜଣକ ହେଲେ କୋଟଗଡ ଥାନା ସୁବର୍ଣ୍ଣଗିରି ଗାଁର ବାସୁଦେବ ପାତ୍ର (ବୟସ ୨୨ ) ବୋଲି ପୁଲିସ ସୂତ୍ରରୁ ସୂଚନା ମିଳିଛି I ଘଟଣା ଅନୁଯାୟୀ ଶ୍ରମିକ ଜଣକ ତୁମୁଡିବନ୍ଧ ଦମକଳକେନ୍ଦ୍ର ପଛପଟେ ନିର୍ମାଣ ଧୀନ ବସୁଧା ଯୋଜନା ପ୍ରକଳ୍ପ ଦ୍ୱାରା ହେଉଥିବା ପାଣି ଟାଙ୍କି ନିର୍ମାଣ କାମ କରୁ ଥିଲେ I କାମ ସରିବା ପରେ ବଳକା ଛଡ଼ ଟ୍ରାକ୍ଟରରେ ଲୋଡ କରୁଥିବା ବେଳେ ଉପରେ ଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିଲେ I ଯାହାରି ଫଳରେ ଶ୍ରୀମିକଙ୍କ ଘଟଣା ସ୍ଥଳରେ ପ୍ରାଣବାୟୁ ଉଡିଯାଇ ଥିଲା I ଦୁର୍ଘଟଣା ଘଟିବାର ଗୋଟେ ଦିନ ବିତିଯାଇଥିଲେ ମଧ୍ୟ ଠିକାଦାରର ଦେଖା ମିଳିନ ଥିଲା I ଯାହାକୁ ନେଇ ପରିବାର ଓ ଅଞ୍ଚଳ ବାସୀଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇ ଥିଲା I ଉତ୍ୟକ୍ତ ଲୋକ କାମ କରାଉଥିବା ଠିକାଦାର ଠାରୁ ପାଞ୍ଚ ଲକ୍ଷ କ୍ଷତି ପୂରଣ ଦାବୀରେ ବାଲିଗୁଡା-ମୁନିଗୁଡା ସଂଯୋଗ କରୁଥିବା ଜାତୀୟ ରାଜପଥ ୫୯ କୁ ଅବରୋଧ କରି କରି ଥିଲେ I ଏନେଇ ତୁମୁଡିବନ୍ଧ ଥାନାଧିକାରୀ ତରୁଣତପନ ବେହରା ପରିବାର ବର୍ଗଙ୍କୁ ବୁଝାସୁଝା କରି ଥିଲେ I