ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୭୬ ତମ ଜନ୍ମଜୟନ୍ତୀ ପାଳନ ଅବସରେ ବାଲିଗୁଡ଼ା ନଗର ବିଜେଡି ପକ୍ଷରୁ ସମୂହ ପ୍ରାର୍ଥନା ଏବଂ ପ୍ରଦୀପ ପ୍ରଜ୍ବଳନ…
ଅନୁସନ୍ଧାନ ଭାରତ(ବ୍ୟୁର): ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଜି ଜନ୍ମଦିନ l ଆଜି ମୁଖ୍ୟମନ୍ତ୍ରୀ ୭୬ ବର୍ଷ ବୟସରେ ପଦାର୍ପଣ କରିଛନ୍ତି I ଏହି ଅଵସରରେ ମୁଖ୍ୟମନ୍ତ୍ରୀଙ୍କ ଦୀର୍ଘାୟୁ କାମନା କରି ବାଲିଗୁଡା ନଗର ବିଜୁ ଜନତା ଦଳ ପକ୍ଷରୁ ବାଲିଗୁଡା ସ୍ଥିତ ଗାୟତ୍ରୀ ମନ୍ଦିରରେ ସମୂହ ଦୀପଦାନ କରାଯାଇଛି I
ବାଲିଗୁଡା ବିଜେଡି ନଗର ସଭାପତି ଶେଖ ସାଦିକଙ୍କ ନେତୃତ୍ୱରେ ବହୁ ବିଜେଡି କର୍ମୀ ବରିଷ୍ଠ ନାଗରିକ ଉପସ୍ଥିତରେ ମାଁ ଗାୟତ୍ରୀ ଦେବୀଙ୍କ ନିକଟରେ ପ୍ରାର୍ଥନା କରିବା ସହିତ ସମୂହ ଦୀପ ପ୍ରଜ୍ଜଳନ କରିଥିଲେ I ଅନ୍ୟମାନଙ୍କ ମଧ୍ୟରେ ଉପ ସଭାପତି ଜୟହରି ମହାନ୍ତି, ସାଧାରଣ ସମ୍ପାଦକ ନବ କୁମାର ପାଣିଗ୍ରାହୀ, ସମ୍ପାଦକ ପ୍ରଶାନ୍ତ କୁମାର ସାହୁ, ଅବନୀ କୁମାର ପଟ୍ଟନାୟକ, ଅନିଲ କୁମାର ଲେଙ୍କା, ପଞ୍ଚାନନ ସାହୁ, ଭଗବାନ ପଣ୍ଡା ସାମସେର ଆଜମ ରିଜଭି, ଆଶୁତୋଷ ମହାରଣା, ଆଇନଜୀବି ସୁଧାଂଶୁ ମୋହନ ପତି, ଶେଖ ଅମନ ଅଭତାବ ଓ ସମସ୍ତ ବିଜୁ ଯୁବକର୍ମୀ ଉପସ୍ଥିତ ଥିଲେ I