ରବି ଚନ୍ଦ୍ର ପାତ୍ର କନ୍ଧମାଳ ଜିଲ୍ଲା କଂଗ୍ରେସ ଉପସଭାପତି ଭାବେ ମନୋନୀତ…

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା କଂଗ୍ରେସ କମିଟିର ଉପସଭାପତି ରୂପେ ମନୋନୀତ ହୋଇଛନ୍ତି ରବି ଚନ୍ଦ୍ର ପାତ୍ର I ଏନେଇ ଜିଲ୍ଲା ସଭାପତି ଅନାମ ନାୟକ ଘୋଷଣା କରିଛନ୍ତି I ରବି ଚନ୍ଦ୍ର ପାତ୍ର ଜଣେ ବରିଷ୍ଠ କଂଗ୍ରେସ କର୍ମୀ, ସମାଜ ସେବୀ, ବାଲିଗୁଡ଼ାର ପୂର୍ବତନ ସରପଞ୍ଚ, ବ୍ଲକ ସଭାପତି ଦାୟିତ୍ୱରେ ଥିଲେ I ଉପସଭାପତି ଭାବରେ ମନୋନୀତ ହୋଇଥିବାରୁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟାୟକ, ଜିଲ୍ଲା ସଭାପତି ଅନାମ ନାୟକ, ଜିଲ୍ଲା ପ୍ରଭାରୀ, ସଂଯୋଜକଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଜଣେଇଛନ୍ତି I