ଦାରିଙ୍ଗବାଡି(ଅଶୋକ ସିଂ): କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ଥାନା ପୁଲିସ ପକ୍ଷରୁ ଚଢ଼ାଉ କରି ୨୫ କେଜି ଗଞ୍ଜେଇ ଜବତ କରିବା ସହ ଗୋଟିଏ କାର୍ , ଗୋଟିଏ ବୁଲେଟ୍ ଓ ଦୁଇଟି କେଟିଏମ ବାଇକ୍ ଅଟକ ରଖା ଯାଇଥିବା ଜଣା ପଡ଼ିଛି । କୌଣସି ବିଶ୍ଵସ୍ତ ସୁତ୍ରରୁ ଖବର ପାଇ ମଙ୍ଗଳବାର ସଂଧ୍ୟା ସମୟରେ ଥାନା ଆଇଆଇସି ବିଜୟ କୁମାର ହାଇବୃଙ୍କ ନେତୃତ୍ୱରେ ପୁଲିସ ବାହିନୀ ସଦଳ ବଳେ ତାଜୁଙ୍ଗିଆ ପଞ୍ଚାୟତର ଜାଡାଙ୍ଗି ଗ୍ରାମରେ ପହଞ୍ଚି ଗଞ୍ଜେଇ ପେକିଂ କରୁଥିବା ସମୟରେ ଅତର୍କିତ ଚଢ଼ାଉ କରିଥିଲେ l ଏହି ଚଢ଼ାଉ ସମୟରେ ୨୫କେଜି ଗଞ୍ଜେଇ ଜବତ କରିବା ସହ ସେହି ଗ୍ରାମର ଜଣେ ଅଭିଯୁକ୍ତ ସୁଜିତ୍ କୁମାର ନାୟକଙ୍କୁ ଗିରଫ କରି କୋର୍ଟ ଚାଲଣ କରି ଥିବା ବେଳେ ଦାଣ୍ଡରେ ଥିବା ଗୋଟିଏ କାର, ଗୋଟିଏ ବୁଲେଟ୍ ଓ ଦୁଇଟି କେଟିଏମ ବାଇକକୁ ଉଠାଇ ଆଣି ଅଧିକ ତଦନ୍ତ ଜାରି ରଖିଥିବା ବେଳେ ଏନେଇ ଥାନା କେଶ୍ ନଂ ୪୮/୨୬ରେ ଏକ ମାମଲା ରୁଜୁ କରି ତଦନ୍ତ ଭାର ଉପ ଆରକ୍ଷୀ ଅଧିକାରୀ ଭୋଳା ନାଥ ପଣ୍ଡା ନେଇଥିବା ଆଇଆଇସି ଶ୍ରୀ ହାଇବୁରୁ ସୁଚନା ଦେଇଛନ୍ତି ।