ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଆଇନ ସଚେତନତା ଅନୁଷ୍ଠିତ….

ଭଞ୍ଜନଗର,(ନିଲୁ ବିଷୋୟୀ): ଭଞ୍ଜନଗର ତାଲୁକ ଆଇନ ସେବା କମିଟି ପକ୍ଷରୁ ଆଦିବାସୀ ଅଧ୍ୟୁଷିତ ଦଦରାଲୁଣ୍ଡା ପଞ୍ଚାୟତ କାର୍ଯ୍ୟାଳୟରେ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଭଞ୍ଜନଗର ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ତଥା ତାଲୁକ ଆଇନ ସେବା କମିଟିର ଅଧ୍ୟକ୍ଷ ଶେଖ୍ ମହମ୍ମଦ କଏସ ଏଥିରେ ଅଧ୍ୟକ୍ଷତା କରି ସାଧାରଣlଲୋକଙ୍କୁ ଆଇନ ସମ୍ପର୍କିତ ବିଭିନ୍ନ ସୁବିଧା ଓ ସଚେତନତା ବିଷୟରେ ଅବଗତ କରାଇଥିଲେ । ଉପଖଣ୍ଡ ପୁଲିସ ଅଧିକାରୀ ଡ.ଦୀପକ କୁମାର ମିଶ୍ର ଯୋଗଦେଇ ମହିଳା ଓ ଶିଶୁ ସୁରକ୍ଷା, ଡି.ଭି.ଆକ୍ଟ,ପୋକ୍ସୋ ଆଇନ ଏବଂ ସାମାଜିକ ଅପରାଧ ବିରୋଧୀ ସଚେତନତା ସଂର୍ପକରେ ବ୍ୟକ୍ତବ୍ୟ ରଖିଥିଲେ । ତାଲୁକ ଆଇନ ସେବା କମିଟିର ସଦସ୍ୟ ଡ.ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ, ସଦସ୍ୟା ଅଳକା ମଞ୍ଜରୀ ପଟ୍ଟନାୟକ ମଧ୍ୟ ଉପସ୍ଥିତ ରହି ଲୋକ ଅଦାଲତ, ନିଶୁଳ୍କ ଆଇନ ସହାୟତା ଓ ବିକଳ୍ପ ବିବାଦ ସମାଧାନ ବ୍ୟବସ୍ଥା ସମ୍ପର୍କରେ ସୂଚନା ଦେଇଥିଲେ । ସ୍ଥାନୀୟ ସମିତିସଭ୍ୟ ପ୍ରତିନିଧି ଶ୍ରୀନିବାସ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ସ୍ଥାନୀୟ ଜନସାଧାରଣ, ମହିଳା, ଯୁବକ ଓ ବିଭିନ୍ନ ସଂଗଠନର ସଦସ୍ୟମାନେ ଉପସ୍ଥିତ ଥିଲେ ।