ଦାରିଙ୍ଗବାଡି ବ୍ଲକରେ ତିନିଟି ଗୋଦାବରୀଶ ମିଶ୍ର ପ୍ରାଥମିକ ଆଦର୍ଶ ବିଦ୍ୟାଳୟର ଆଭାସି ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ଭିତ୍ତିପ୍ରସ୍ତର ସ୍ଥାପନ….
ସିମନବାଡି(ମୃତ୍ୟୁଞ୍ଜୟ ପ୍ରଧାନ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକରେ ରାଜ୍ୟ ସରକାଙ୍କ ପକ୍ଷରୁ ତିନିଟି ଗୋଦାବରୀଶ ମିଶ୍ର ପ୍ରାଥମିକ ଆଦର୍ଶ ବିଦ୍ୟାଳୟର ଭିତ୍ତିପ୍ରସ୍ଥର ସ୍ଥାପନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଭାସି ମାଧ୍ୟମରେ କରିଛନ୍ତି । ପ୍ରଥମଟି କିରିକୁଟି ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ, ଦ୍ୱିତୀୟଟି କସବସା ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଓ ତୃତୀୟଟି ଶିକାରମାହା ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଭିତ୍ତିପ୍ରସ୍ଥର ସ୍ଥାପନ କରାଗଲା । ଏଥିପାଇଁ କିରିକୁଟି ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ପ୍ରଧାନ ଶିକ୍ଷକ ଲଳିତ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଏକ ଅଭାସି ବୈଠକ ଆୟୋଜନ କରାଯାଇଥିଲା । ମୁଖ୍ୟ ଅତିଥି ଭାବେ କନ୍ଧମାଳ ଜିଲ୍ଲା ସ୍ୱତନ୍ତ୍ର ଉନୟନ ପରିଷଦ ଅଧ୍ୟକ୍ଷ ମାନଗୋବିନ୍ଦ ପ୍ରଧାନ, ସମ୍ମାନୀତ ଅତିଥି ଭାବେ ଗୋଷ୍ଠୀ ଶିକ୍ଷା ଅଧିକାରୀ ମହେଶ୍ବର ମାଝୀ, ସାଂସଦ ପ୍ରତିନିଧି ବିଷ୍ଣୁଚରଣ ପ୍ରଧାନ, ସରପଞ୍ଚ ମଧୁସ୍ମିତା ପ୍ରଧାନ, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ କୈଶିକ ନାୟକ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି କୃତିବାସ ପାତ୍ର ସହିତ ବିଜେପି କନ୍ଧମାଳ ଜିଲ୍ଲା ଉପ ସଭାପତି ଅଜିତ କୁମାର ସାହୁ, ଜିଲ୍ଲା ସାଧାରଣ ସମ୍ପାଦକ ସୁକାନ୍ତ କୁମାର ସାହୁ ଉପସ୍ଥିତ ଥିଲେ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଭାସି ମାଧ୍ୟମରେ ଗୋଦାବରୀଶ ମିଶ୍ର ପ୍ରାଥମିକ ଆଦର୍ଶ ବିଦ୍ୟାଳୟର ଭିତ୍ତିପ୍ରସ୍ଥର ସ୍ଥାପନକୁ ଏଲଇଡି ମଧ୍ୟରେ ପ୍ରଦର୍ଶନକୁ ବିଦ୍ୟାଳୟ ଛାତ୍ର ଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ, ଅଭିଭାବକ, କମିଟି ସଦସ୍ୟ ସଦସ୍ୟା ସହିତ ଉପସ୍ଥିତ ଅତିଥି ଦେଖିଥିଲେ । ଅଭାଶି କାର୍ଯ୍ୟକ୍ରମ ପୂର୍ବରୁ ବିଦ୍ୟାଳୟ ପକ୍ଷରୁ ଅତିଥିମାନଙ୍କୁ ଫୁଲତୋଡ଼ା ଓ ସାଲ ଦେଇ ସମ୍ମାନୀତ କରିଥିଲେ । କାର୍ଯ୍ୟକ୍ରମକୁ ଶିକ୍ଷୟିତ୍ରୀ ସ୍ଵାଗତିକା ଡିଗାଲ ସଂଯୋଜନା କରିଥିଲା ବେଳେ ସିଆରସିସି ରାକେଶ ସାହୁ ସହିତ ଶିକ୍ଷକ ମହର୍ଷି ମଲିକ, ଶୈଳନ୍ତ ପାଟମାଝି, ରାକେଶ କୁମାର ସାହୁ, ସୃତି ଶରୀତା ଧଳ, କୋସାଲ୍ୟ ନାୟକ, ପଦ୍ମନାଭ ନାୟକ ପ୍ରମୁଖ ସହଯୋଗ କରିଥିଲେ । ସେହିପରି କସବସା ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଓ ଶିକାରମାହା ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଏହିଭଳି ଆଭାସି ମାଧ୍ୟମରେ