ଗର୍ଭବତୀ ପ୍ରେମିକାକୁ ହତ୍ୟା କଲା ପ୍ରେମିକର ଭାଇ, ଗତ କାଲି ପ୍ରେମିକର ଘର ଆଗରେ ଧାରଣାରେ ବସିଥିଲା ପ୍ରେମିକା…

ହିଞ୍ଜିଳିକାଟୁ(ସଂସ୍କାର ପଟ୍ଟନାୟକ): ହିଂଜିଳି ଥାନା କେ.ଖରିଡାରେ ଗର୍ଭବତୀ ପ୍ରେମିକାକୁ ଟାଙ୍ଗିଆ ହାଣି ହତ୍ୟା କଲା ପ୍ରେମିକର ଭାଇ । ମୃତ ପ୍ରେମିକା ଜଣକ  ହେଲେ ରମ୍ଵା ଥାନା ଅନ୍ତର୍ଗତ ଅଗସ୍ଥି ନୁଆଗାଁର ପୂଜା ସ୍ଵାଇଁ  l ପୂଜା ଦୁଇ ବର୍ଷ ତଳେ instagramରେ କେ. ଖରିଡ଼ା ଗ୍ରାମର ଚିଣ୍ଟୁ ଗୌଡକୁ ଭଲ ପାଇଥିଲେ l ପ୍ରଥମେ ଅନଲାଇନରେ କଥା ବାର୍ତ୍ତା ପରେ ମିଳାମିଶା କରିଥିଲେ l ଗତ ଦୁଇ ବର୍ଷ ତଳେ ସେମାନେ ମନ୍ଦିରରେ ବିବାହ କରିଥିଲେ l ଛଅ ମାସ ହେଲା ପୁରୀରେ ଭଡାକୁ ଥିଲେ l ପନ୍ଦର ଦିନ ତଳେ ଘରଲୋକଙ୍କ ସହ ଦେଖା କରିବାକୁ କହି ପୂଜାକୁ ବ୍ରହ୍ମପୁର ଷ୍ଟେସନରେ ଛାଡି ଚାଲି ଯାଇଥିଲା ପ୍ରେମିକ ଚିଣ୍ଟୁ ଗୌଡ l ଏନେଇ ହିଞ୍ଜିଳି ଥାନାର ଦ୍ଵାରସ୍ଥ ହୋଇଥିଲେ ପୂଜା l ନ୍ୟାୟ ନମିଳିବାରୁ ଗତ କାଲି ଠାରୁ ପ୍ରେମିକଙ୍କ ଘର ଆଗରେ ଧାରଣାରେ ବସିଥିଲେ l  ଆଜି ପ୍ରେମିକର ସାନ ଭାଇ ଲିଟୁ ଗୌଡ଼ ଟାଙ୍ଗିଆରେ ହତ୍ୟା କରିଥିବା ବେଳେ ହିଞ୍ଜିଳି ପୁଲିସ୍ ଅଟକ ରଖିଛି ।