ଦୀର୍ଘ ଦିନ ଧରି ମରାମତି ନହେବାରୁରୁ ଅଚଳ ହୋଇ ପଡ଼ିଛି ନଳକୂପ, ବାଞ୍ଜାମାହା ଗ୍ରାମର ହରିଜନ ସାହିରେ ଜଳ କଷ୍ଟ…..

ସିମୋନବାଡ଼ି(ମୃତ୍ୟୁଞ୍ଜୟ ପ୍ରଧାନ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ସିର୍କାବର୍ଗ ପଞ୍ଚାୟତ ଅନ୍ତର୍ଗତ ବାଞ୍ଜାମାହା ଗ୍ରାମ ହରିଜନ ସାହିରେ ବିଶୁଦ୍ଧ ପାନୀୟ ଜଳ ସମସ୍ୟା ଦେଖିବାକୁ ମିଳିଛି । ଏହି ସାହିରେ ୩୫ ପରିବାର ବସବାସ କରନ୍ତି । ହେଲେ ଗ୍ରୀଷ୍ମ ପ୍ରବାହ ଆରମ୍ଭ ଠାରୁ ହିଁ ପିଇବା ପାଣି ପାଇଁ ଛଟପଟ ହେଉଛନ୍ତି । ଏହି ସାହିରେ ଲୋକମାନେ ପିଇବା ପାଣି ପାଇଁ ନଳକୂପ ଉପରେ ନିର୍ଭର କରୁଥିଲେ ହେଲେ ଏବେ କିଛି ମାସ ହେବ ନଳକୂପ ମରାମତି ନ ହେବାରୁ ଅଚଳ ଅବସ୍ଥାରେ ପଡ଼ି ରହିଛି । ଯାହା ଫଳରେ ସ୍ଥାନୀୟ ଜନସାଧାରଣ ପିଇବା ପାଣିପାଇଁ ନାହିଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବାର କହିଛନ୍ତି ସାହିର ବାସିନ୍ଦାମାନେ । ବିଶୁଦ୍ଧ ପାନୀୟ ଜଳର ବ୍ୟବସ୍ଥା ନିମନ୍ତେ ସରକାର ବିଭିନ୍ନ ପ୍ରକଳ୍ପ ମାଧ୍ୟମରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିଲେ ମଧ୍ୟ ପ୍ରଶାସନିକ ଅଧିକାରୀମାନଙ୍କର ଅବହେଳା ଯାଗୁଁ  ନଳକୂପର ମରାମତି ହୋଇ ପାରୁନାହିଁ । ତେବେ ଏହାର ସମସ୍ୟା କେବେ ସମାଧାନ କରୁଛନ୍ତି ତାହା ଅପେକ୍ଷାରେ ଗ୍ରାମବାସୀ l