ବ୍ରାହ୍ମଣୀଗାଁ ଋଷିମାଳ ମହା ବିଦ୍ୟାଳୟ ସ୍ତରୀୟ ଇଣ୍ଟରସିପ କାର୍ଯ୍ୟକ୍ରମ ଅନୁଷ୍ଠିତ….

ଦାରିଙ୍ଗବାଡି(ଆଶୋକ ସିଂ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକର ଋଷିମାଳ ମହାବିଦ୍ୟାଳୟ  ପରିସରରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ ଭାସ୍କର ଚରଣ ନାୟକଙ୍କ ଅଧ୍ୟକ୍ଷତାରେ ଗ୍ରୀଷ୍ମ ଅବକାଶ ବୃତ୍ତିଗତ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅଞ୍ଚଳରେ ପ୍ରାୟ ୧୦ଗୋଟି ପଞ୍ଚାୟତର ସରପଞ୍ଚମାନେ ଯୋଗ ଦେଇଥିଲେ । କେନ୍ଦ୍ର ଓ  ରାଜ୍ୟ ସରକାରଙ୍କ ଜାତୀୟ ଶିକ୍ଷା ନୀତି ( New Education Policy 2020) କାର୍ଯ୍ୟକାରୀ ହେବା ପରେ ଛାତ୍ର ଛାତ୍ରୀଙ୍କ ଦକ୍ଷତା ବିକାଶ କରିବା ନିମନ୍ତେ ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି । ଏହାକୁ ଭିତ୍ତି କରି ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ଅଧୀନସ୍ଥ ସମସ୍ତ ମହାବିଦ୍ୟାଳୟ ମାନଙ୍କରେ ଯୁକ୍ତ ତିନି 4th Semester (2ୟ ବର୍ଷ )ରେ 100 ମାର୍କ ବିଶିଷ୍ଟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ/ ଅଭ୍ୟାସ ମୂଳକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ( Internship Programme) ବିଶ୍ବ ବିଦ୍ୟାଳୟ ତରଫରୁ ଛାତ୍ର ଛାତ୍ରୀଙ୍କ ପାଇଁ ବାଧ୍ୟତାମୁଳକ ( Compulsory)କରାଯାଇଛି । ବିଶ୍ବବିଦ୍ୟାଳୟର ମାର୍ଗଦର୍ଶନ ଅନୁଯାୟୀ, ଉକ୍ତ ଛାତ୍ରଛାତ୍ରୀମାନେ ବିଭିନ୍ନ ଗ୍ରାମ ପାଞ୍ଚାୟତ ( Gram Panchayat)କୁ ଯାଇ ଖରା ଛୁଟି ସମୟରେ ସେଠାରେ ଅନୁନ୍ୟ ଏକ ମାସ ମଧ୍ୟରେ ମୋଟାମୋଟି ୧୨୦ ଘଣ୍ଟାର ଅଭ୍ୟାସ ମୂଳକ ପ୍ରଶିକ୍ଷଣ ନେବେ l   ଦିନକୁ 4 ଘଣ୍ଟା କାର୍ଯ୍ୟ କରିବେ । ଏହି ପ୍ରଶିକ୍ଷଣ ସମୟରେ ସେମାନେ ସରପଞ୍ଚଙ୍କ ଅନୁମତି ଅନୁସାରେ ଗ୍ରାମ ପଞ୍ଚାୟତର ବିଭିନ୍ନ ସମାଜ ମଙ୍ଗଳ କାର୍ଯ୍ୟାବଳୀ ତୃଣମୁଳ ସ୍ତରରେ କାର୍ଯ୍ୟକାରି ହେଉଥିବା ବିଭିନ୍ନ ଉନ୍ନତିମୂଳକ ଯୋଜନା ଯଥା- ମଧୁ ବାବୁ ପେନସନ ଯୋଜନା, ଗ୍ରାମ୍ୟ ସଡ଼କ ଯୋଜନା, ବିଜୁଳି ଯୋଜନା, MGNREGA (VB-RAMG) ଆବାସ ଯୋଜନା, ଖାଦ୍ୟ ସୁରକ୍ଷା ଓ ଅନ୍ୟାନ୍ୟ ଯୋଜନାର କାର୍ଯ୍ୟକାରୀତା ବିଷୟରେ ଜ୍ଞାନ ପାଇବେ ଏବଂ ଯୋଗ୍ୟ ହିତାକାରୀଙ୍କ ସଂଖ୍ୟା ଓ ଯୋଗ୍ୟତା ଇତ୍ୟାଦି ବିଷୟରେ ଜାଣିପାରିବେ ଓ ଅନୁଭୂତି ପାଇ କଲେଜକୁ ଫେରିବେ । ଏହା ସେମାନଙ୍କ ପାଇଁ ଏକ ସୁନ୍ଦର ଓ ମୂଲ୍ୟବାନ ଅନୁଭୂତି ହେବ । କାର୍ଯ୍ୟ ଦିବସ ଶେଷ ହେବା ପରେ ନିଜ କାର୍ଯ୍ୟ ଅନୁଭୂତି (Practical Experience)କୁ ନେଇ  ଏକ ରିପୋର୍ଟ ପ୍ରସ୍ତୁତ କରି ମହାବିଦ୍ୟାଳୟକୁ ପ୍ରଦାନ କରିବେ । ଗ୍ରାମ ପାଞ୍ଚାୟତ ତରଫରୁ ଛାତ୍ରଛାତ୍ରୀଙ୍କ ପାଇଁ ଗୋଟିଏ ଲେଖାଏଁ ପ୍ରଶିକ୍ଷଣର ପ୍ରମାଣ ପତ୍ର ( Internship Completion Certificate ) ପ୍ରଦାନ କରାଯିବ । ଗ୍ରାମପଞ୍ଚାୟତରୁ ପାଇଥିବା ପ୍ରମାଣ ପତ୍ର ( CERTIFICATE ) ଓ ଛାତ୍ରଛାତ୍ରୀଙ୍କ ଦ୍ବାରା ରିପୋର୍ଟ ଉପସ୍ଥାପନ ( Presentation of Work Report)କୁ ଆଧାର କରି ଛାତ୍ରଛାତ୍ରୀମାନଙ୍କୁ ମାର୍କ ଦିଆଯିବାର ଵ୍ୟଵସ୍ଥା ରହିଛି । ଏହି ଶିକ୍ଷାନୀତିର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ଅଧ୍ୟକ୍ଷ ଡ଼ ଶ୍ରୀ ନାୟକ ସମସ୍ତଙ୍କୁ ପ୍ରାଞ୍ଜଳ ଭାବେ ବୁଝାଇ ଥିଲେ ଏବଂ ଉପସ୍ଥିତ ସରପଞ୍ଚମାନେ ମଧ୍ୟ ନିଜ ଅଞ୍ଚଳର ଛାତ୍ରଛାତ୍ରୀମାନଙ୍କ ଉତ୍ତମ ଗୁଣବତ୍ତା ଶିକ୍ଷାରେ ସହଯୋଗ କରିବେ ବୋଲି ମତ ପ୍ରକାଶ କରିଥିଲେ । ଆୟୋଜିତ କାର୍ଯ୍ୟକ୍ରମ ପରିଚାଳନାରେ ଅଧ୍ୟାପକ ଅକ୍ଷୟ କୁମାର ବେହେର ଦଳେଇ, ମନୋରଞ୍ଜନ ବଳିଆର ସିଂ, ସୁଜ୍ଞାନ  ସାହୁ, ଅମିତ କୁମାର ନାୟକ, କ୍ରିଷ୍ଣା କୁମାର ମାଝୀ, ବିମଳ ବସ୍ତିରାୟ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।