ଦାରିଙ୍ଗବାଡି ପୁଲିସକୁ ମିଳିଛି ବଡ ସଫଳତା, ପର୍ତ୍ତମାହା ଜଙ୍ଗଲରୁ ୩ଦେଶୀ ବନ୍ଧୁକ ଜବତ…

ଦାରିଙ୍ଗବାଡି(ଅଶୋକ ସିଂ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ଥାନା ପୁଲିସକୁ ମିଳିଛି ଏକ ବଡ ସଫଳତା l ପର୍ତ୍ତମାହା ଜଙ୍ଗଲରୁ ବେଆଇନ ଭାବେ ବ୍ୟବହୃତ ୩ ଗୋଟି ଦେଶୀ ବନ୍ଧୁକ ଜବତ କରିବାରେ ସକ୍ଷମ ହୋଇଛି ପୁଲିସ । ନିର୍ଭରଯୋଗ୍ୟ ସୂଚନା ଉପରେ କାର୍ଯ୍ୟକରି ଥାନା ଆଇଆଇସି ସଂଗ୍ରାମ କେଶରୀ ଜେନାଙ୍କ ନେତୃତ୍ୱ ପୁଲିସ ଟିମ୍ ସଦଳ ବଳେ ପର୍ତ୍ତମାହା ଜଙ୍ଗଲରେ ଚଢାଉ  କରିଥିଲେ l  ଯେଉଁଥିରେ ତିନି ଗୋଟି ଦେଶୀ ବନ୍ଧୁକ ଜବତ କରିବାକୁ ସକ୍ଷମ ହୋଇଛନ୍ତି । ଏହି ବନ୍ଧୁକ ଗୁଡ଼ିକ ବଣୁଆ ଜନ୍ତୁର ବେଆଇନ ଶିକାର ତଥା ଅନ୍ୟାନ୍ୟ ବେଆଇନ କାର୍ଯ୍ୟକଳାପ ଉଦ୍ଦେଶ୍ୟରେ ଏହି ଅସ୍ତ୍ର ଲୁଚାଇ ରଖା ଯାଇଥିଲା । ତେବେ ଏହି ଘଟଣାରେ କୌଣସି ଅଭିଯୁକ୍ତ ଧାରା ପଡ଼ି ନ ଥିବା ବେଳେ ଥାନା କେଶ୍ ନଂ ୩/୨୦୨୬ରେ ମାମଲା ରୁଜୁ କରି ବାହୁବଳୀ ଆଇନ ଧାରା 25 (1-B) (କ) ଅନୁଯାଇ ପରବର୍ତ୍ତୀ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ଥିବା ନେଇ ଥାନା ଆଇ ଆଇ ସି ଶ୍ରୀ ଜେନା ସୁଚନା ଦେଇଛନ୍ତି ।