ବିଦ୍ୟାଳୟ ହେଉଛି ଲୁକ୍କାୟିତ ପ୍ରତିଭା ପ୍ରଦର୍ଶନ କରିବାର ଉତ୍କୃଷ୍ଟ ମାଧ୍ୟମ, ପ୍ରଭାତୀ ତାରା ବାଳିକା ଉଚ୍ଚ ବିଦ୍ୟାଳୟ ପକ୍ଷରୁ ବାଦ୍ୟ – ସଙ୍ଗୀତ ଓ ନୃତ୍ୟ ସମରୋହ ଅନୁଷ୍ଠିତ…
ଦାରିଙ୍ଗବାଡି(ଆଶୋକ ସିଂ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକର ଦୁର୍ଗମ ବ୍ରାହ୍ମଣୀଗାଁ ଅଞ୍ଚଳରେ ନାରୀଶିକ୍ଷାକୁ ଗଢ଼ି ତୋଳିବା ପାଇଁ ପ୍ରଭାତୀ ତାରା ବାଳିକା ଉଚ୍ଚ ବିଦ୍ୟାଳୟ ସ୍ୱତନ୍ତ୍ର ଶିକ୍ଷା ଦାନ କରି ଆସୁଅଛି । ଏହି ବିଦ୍ୟାଳୟଟି କେବଳ ପୋଥି ଗତଶିକ୍ଷାରେ ସୀମିତ ନୁହେଁ, ଛାତ୍ରୀ ମାନଙ୍କ ମଧ୍ୟରେ ରହିଥିବା ବିଭିନ୍ନ ଲୁକ୍କାୟିତ ପ୍ରତିଭାକୁ ଖୋଜି ବାହାର କରି ସେମାନଙ୍କ ଦକ୍ଷତାକୁ ପରିପ୍ରକାଶ କରିବାର ସୁଯୋଗ ସୃଷ୍ଟି କରୁଛି l ବିଭିନ୍ନ ସମୟରେ ବିଜ୍ଞାନ ମେଳା, କ୍ରୀଡ଼ା, କସରତ ସଙ୍ଗୀତ , ବାଦ୍ୟ ଯନ୍ତ୍ର ଆଦି ବିଭିନ୍ନ କ୍ଷେତ୍ରରେ ଛାତ୍ରୀମାନଙ୍କ ପାଇଁ ସୁଯୋଗ ସୃଷ୍ଟି କରାଯାଉଛି । ବୁଧବାର ଦିନ ବିଦ୍ୟାଳୟ ପକ୍ଷରୁ ବାଦ୍ୟ – ସଙ୍ଗୀତ ଓ ନୃତ୍ୟ ସମାରୋହର ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । ଅନୁଷ୍ଠାନର ପ୍ରଧାନ ଶିକ୍ଷୟିତ୍ରୀ ରାଜ କୁମାରୀ ସ୍ଵାଲ୍ ସିଂଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କଟକ ଭୁବନେଶ୍ଵର ଧର୍ମ ପ୍ରଦେଶର ସହାୟକ ଧର୍ମାଧ୍ୟକ୍ଷ ରବିନ୍ଦ୍ର କୁମାର ରଣ ସିଂ ଯୋଗ ଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବେ ବିଦ୍ୟାଳୟର ସଭାପତି ଫା.ବିମଳ ଚନ୍ଦ୍ର ନାୟକ, ଫୁଲବାଣୀ କାର୍ମେଲ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ଅଧ୍ୟକ୍ଷ ଫା.ପ୍ରଦୀପ କୁମାର ବେହେରା, ଜନବିକାସ ନିର୍ଦ୍ଦେଶକ ମଦନ ସ୍ୱାଲ୍ ସିଂ, ଗ୍ରାମ୍ୟ ପରିଚାଳନା କମିଟି ସଭାପତି ରାମାକାନ୍ତ ବଳିଆର ସିଂ, ସିଆରସିସି ମଧୁ ରଞ୍ଜନ ବଳିଆର ସିଂ, ସେଣ୍ଟ ଯୋହନ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ଅଧ୍ୟକ୍ଷ ପବିତ୍ର ବଡ଼ସେଟ୍ ସମେତ ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ବିଶେଷ ଓ ଅଭିଭାବକମାନେ ଯୋଗ ଦେଇଥିଲେ । ଦୀର୍ଘ ୧୫ଦିନର ତାଲିମ ପରେ ଆଜି ଛାତ୍ରୀମାନେ ସେମାନଙ୍କ ଲୁକାୟିତ ପ୍ରତିଭାକୁ ପ୍ରଦର୍ଶନ କରିଥିଲେ l ଶିକ୍ଷା କ୍ଷେତ୍ରରେ ଯେ କେବଳ ପାଠ ପଢା ଯଥେଷ୍ଟ ନୁହେଁ ଏଣୁ ପିଲାଙ୍କ ମଧ୍ୟରେ ଲୁଚି ରହି ଥିବା ପ୍ରତିଭା ଯେପରି ନାଚ, ଗୀତ, କ୍ରୀଡ଼ା କୌଶଳ, ବାଦ୍ୟ ଯନ୍ତ୍ର ଆଦିରେ ରୁଚି ରଖୁଥିବା ଛାତ୍ରୀମାନେ ନିଜର ଲୁକାଇତ ପ୍ରତିଭାକୁ ପ୍ରଦର୍ଶନ କରିବାର ଉତ୍କୃଷ୍ଟ ମାଧ୍ୟମ । ଏଣୁ ଗ୍ରୀଷ୍ମ ଅବକାଶରେ କର୍ଣ୍ଣାଟକ ବେଲଗାମରୁ ବାଣ୍ଡ୍ ମାଷ୍ଟର ଆଣ୍ଟୋନୀ ଡିଶୋଜା ଆସି ୧୫ ଦିନର ସ୍ୱତନ୍ତ୍ର ତାଲିମ୍ ପ୍ରଦାନ କରିଥିଲେ l ବ୍ରାସ ବ୍ୟାଣ୍ଡରେ ବ୍ୟବହୃତ ବିଭିନ୍ନ ଉପକରଣ ବଜାଇବାର କୌଶଳ ଶିକ୍ଷା କରିଥିଲେ l ଯେପରି ଜାତୀୟ କାର୍ଯ୍ୟକ୍ରମ ଗୁଡ଼ିକରେ ବିଦ୍ୟାଳୟ ପକ୍ଷରୁ ପ୍ୟାରେଡ୍ ଅଭିବାଦନ କରିବା କିମ୍ବା ସମ୍ମାନିତ ଅତିଥିମାନଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଜ୍ଞାପନ କରିବା କ୍ଷେତ୍ରରେ ବ୍ୟାଣ୍ଡର ବବ୍ୟବହାର ବିଷୟ ଶିକ୍ଷା ଗ୍ରହଣ କରିବା ପରେ ଉପସ୍ଥିତ ଅତିଥିମାନଙ୍କ ଗହଣରେ ପ୍ରଦର୍ଶନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ କୃତିତ୍ୱ ହାସଲ କରିଥିବା କୃତି ଛାତ୍ରୀମାନଙ୍କୁ ମାନ ପତ୍ର ଦେଇ ସମ୍ମାନିତ କରାଯାଇ ଥିଲା । ଏଥିରେ ମିଞ୍ଜାପଙ୍କା ଓ ସେଣ୍ଟ ଯୋହନ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସାମିଲ ହୋଇଥିଲେ । ଆୟୋଜିତ କାର୍ଯ୍ୟକ୍ରମରେ ଶିକ୍ଷକ ଜିତୁ ସଭାସୁନ୍ଦର ଓ ଶିକ୍ଷୟିତ୍ରୀ ସରିତା ଦାସ ମଞ୍ଚ ପରିଚାଳନା କରିଥିବା ବେଳେ ପ୍ରଧାନ ଶିକ୍ଷୟିତ୍ରୀ ରାଜ କୁମାରୀ ଶ୍ଵାଲ ସିଂ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।