ଅଟୋ ଷ୍ଟାଣ୍ଡ ପାଇଁ ସ୍ଥାନ ଦିଅ, ନ ହେଲେ ବ୍ଲକ କାର୍ଯ୍ୟାଳୟ ପରିସରରେ ଅଟୋ ପାର୍କିଙ୍ଗ କରିବୁ: ବାପୁଜି ଅଟୋ ମାଲିକ ସଂଘ, କ.ନୂଆଗାଁ
ଅନୁସନ୍ଧାନ ଭାରତ(ବ୍ୟୁର): କ.ନୂଆଗାଁ ବାପୁଜୀ ଅଟୋ ମାଲିକ ସଂଘ ପକ୍ଷରୁ ଅଟୋ ଷ୍ଟାଣ୍ଡ ପାଇଁ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଏକ ଦାବି ପତ୍ର ପ୍ରଦାନ କରାଯାଇଛି I ବାପୁଜୀ ଅଟୋ ମାଲିକ ସଂଘ ସଭାପତି ଅମିନ ଦିଗାଲ , ସମ୍ପାଦକ ବିବେକା ନନ୍ଦ ମଲ୍ଲିକ, କୋଷଧକ୍ଷ ଅନିଲ ଚାନ୍ଦ ସିଂ, ହେରଦ୍ ପ୍ରଧାନ, ସୂର୍ଯ୍ୟ ମଣି ସାହୁ , ମାଧବ ବିଶୀମାଝି, ଅଜିତ୍ ବେହେରା, ମନେଶ୍ୱର୍ ପ୍ରଧାନ, ମାନିଏଲ୍ ଦିଗାଲ, ଆକାଶ ଦିଗାଲ ଏବଂ ସମସ୍ତ ସଭ୍ୟ ମାନେ ଉପସ୍ଥିତ ଥିଲେ । କ.ନୂଆଗାଁ ବଜାର ନିକଟ ମେଡିକାଲ ବାଉଣ୍ଡୁରି ପାଖରେ’ ଆମ୍ଭେ ମାନେ ଆଜକୁ ଦଶ ବର୍ଷ ପୂର୍ବରୁ ଅଟୋ ରଖି ଆଶୁଥିଲୁ ସେଠାରୁ ପାସେଞ୍ଜର ଉଠାଇ କୁଡ଼ିତୁଲି, ସାଇନ୍ ପଡ଼ା, ଦାଉଙ୍ଗିଆ, ଗୁଛlପଡ଼ା, ସିର୍ତିଗୁଡ଼ା, ଲେତିଙ୍ଗା ଗ୍ରାମକୁ ନେଇଥିଲୁ ଓ ସେଥିରୁ ଯେତେ ରୋଜଗାର ହୁଏ ସେଥିରୁ ଅଟୋର ଋଣ ସୂଜୁ ଥିଲୁ ଏବଂ ଅବଶିଷ୍ଟ ଟଙ୍କା ପରିବାର ଚଳାଉ ଥିଲୁ । ବସ୍ ରହିବା ସ୍ଥାନରୁ ମାତ୍ର ପଚାଶ ମିଟର ଦୂରରେ ଆମ୍ଭେ ମାନେ ଅଟୋ ରଖି ଆସିଥିଲୁ , ବଜାର ମଧ୍ଯ ପାଖ ହେଉଥିଲା I ବର୍ତ୍ତମାନ୍ ଦୁର୍ଗା ପୂଜା ଥିବା ଯୋଗୁଁ ଆମ୍ଭମାନଙ୍କୁ ଏଠାରୁ ସମସ୍ତ ଅଟୋ ଉଠାଅ ବୋଲି କ.ନୂଆଗାଁ ଦୁର୍ଗା ପୂଜା କମିଟି ସଭ୍ୟମାନେ ଧମକ ଚମକ ଦେଇଛନ୍ତି ବୋଲି ସଂଘ ପକ୍ଷରୁ ଅଭିଯୋଗ କରାଯାଇଛି I ଏଣୁ ଆମ୍ଭେମାନେ କେଉଁ ସ୍ଥାନରେ ଅଟୋ ଷ୍ଟାଣ୍ଡ କରିବୁ ଏବଂ ଜୀବିକା ବଞ୍ଚାଇବୁ ? ଏନେଇ କଞ୍ଜlମେଣ୍ଡି ସରପଞ୍ଚ ସାନିରା ପ୍ରଧାନ ଏବଂ ନୂଆଗାଁ ବିଡିଓଙ୍କୁ ଦାବି ଜଣାଇଛୁ ବୋଲି ସଂଘର ସଭାପତି କହିଛନ୍ତି I ବାପୁଜୀ ଅଟୋ ମାଲିକ ସଂଘକୁ ଅଟୋ ଷ୍ଟାଣ୍ଡ ତୁରନ୍ତ ଦିଆଯାଉ ନଚେତ୍ ବ୍ଲକ୍ ପରିସରରେ ସମସ୍ତ ଅଟୋ ରଖି ଅନଶନ କରିବୁ ବୋଲି ସଭାପତି ଅମିନ ଦିଗାଲ ଚେତାବନୀ ଦେଇଛନ୍ତି I