ଅପହୃତ ନାବାଳିକା ଉଦ୍ଧାର ଅଭିଯୁକ୍ତ ଟିଉସନ ଶିକ୍ଷକଙ୍କୁ କୋର୍ଟ ଚାଲାଣ….

ଅନୁସନ୍ଧାନ ଭାରତ(ବ୍ୟୁର): ଗୁରୁଙ୍କ ନାମରେ ଲାଗିଛି କଳଙ୍କ I ଟିଉସନ ଛାତ୍ରୀଙ୍କୁ ଅପହରଣ କରି ଜେଲଗଲେ ଶିକ୍ଷକ I କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ଠାରେ ଏହିଭଳି ଅଭାବନୀୟ ଘଟଣା ଘଟିଛି I ଅପହୃତ ନାବାଳିକାଙ୍କୁ ଉଦ୍ଧାର କରିବା ସହ ଅପହରଣକାରୀକୁ କୋର୍ଟ ଚାଲାଣ କରିଛି ଦାରିଙ୍ଗବାଡି ପୁଲିସ I ଗତ ୧୮ ତାରିଖ ଦିନ ଦାରିଙ୍ଗବାଡି ଥାନା ଗ୍ରୀନବାଡ଼ି ଗାଁର ସରିଫ ଡିଗାଲ ନାମକ ଜଣେ ଟିଉସନ ଶିକ୍ଷକ ଜଣେ ନାବାଳିକାକୁ ବିଭିନ୍ନ ପ୍ରଲୋଭନ ଦେଖାଇ ପ୍ରେମଜାଲରେ ଫସାଇ ଅପହରଣ କରିନେଇ ଥିବା ପରିବାର ଲୋକଙ୍କ ପକ୍ଷରୁ ଦାରିଙ୍ଗବାଡି ଥାନାରେରେ ଅଭିଯୋଗ ହୋଇଥିଲା I ଦାରିଙ୍ଗବାଡି ଥାନା ପୁଲିସ ଏହି ଘଟଣାକୁ ନେଇ ମାମଲା ରୁଜୁକରି ତଦନ୍ତ ଚଳାଇଥିଲା ଏବଂ ବିଭିନ୍ନ ଅଞ୍ଚଳ ରେ ଖୋଜାଖୋଜି ପରେ କୋରାପୁଟ ଦlମନଯୋଡି ଅଞ୍ଚଳରୁ ପୁଲିସ ନାବାଳିକାଙ୍କୁ ଉଦ୍ଧାର କରିବା ସହିତ ଅଭିଯୁକ୍ତ ରସିକିଆ ଟିଉସନ ଶିକ୍ଷକଙ୍କୁ ଗିରଫ କରିଥିଲା I ଦାମନଯୋଡିରେ ଉଭୟେ ସ୍ୱାମୀ ସ୍ତ୍ରୀର ପରିଚୟ ଦେଇ ରହୁଥିଲେ ବୋଲି ଦାରିଙ୍ଗବାଡ଼ି ଥାନାଧିକାରୀ କହିଛନ୍ତି I ଥାନା ଅଧିକାରୀ କୌଶିକ ମାଝୀଙ୍କ ନେତୃତ୍ୱରେ ଏସଆଇ ସୌମ୍ୟରଞ୍ଜନ ପଣ୍ଡା ଏହାର ନେତୃତ୍ୱ ନେଇଥିଲେ I