ଅନୁସନ୍ଧାନ ଭାରତ(ବ୍ୟୁର): ପୁଣି ଥରେ ବାଲିଗୁଡା ପୁଲିସିକୁ ମିଳିଛି ବଡ଼ ସଫଳତା I ଗତକାଲି ରାତିରେ କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ରେବିଙ୍ଗିଆ ଗ୍ରାମ ସଲାକିଆ ଠାରେ ଚଢ଼ାଉ କରି ୫ କୁଇଣ୍ଟାଲ ୨ କେଜି ୯୫୦ ଗ୍ରାମ ଗଞ୍ଜେଇ ଜବତ କରିବା ସହ ୨ ଜଣକୁ ଗିରଫ କରିଛି ବାଲିଗୁଡ଼ା ପୁଲିସ I
ଗିରଫ ହୋଥିବା ୨ ଜଣ ହେଲେ ବୃଷବ ପ୍ରଧାନ ଓ ସୋମନାଥ ମଲିକ I ଏ ନେଇ ବାଲିଗୁଡ଼ା ଥାନା ପୁଲିସ ଗିରଫ ୨ଜଣଙ୍କ ବିରୋଧରେ ୧୮୮/୨୧ ନମ୍ବର ଏକ ମାମଲା ରଜୁକରି କୋଟ ଚାଲାଣ କରିଥିବା ବାଲିଗୁଡା ଥାନା ଅଧିକାରୀ ବାବା ଶଙ୍କର ସାରଫ ସୂଚନା ଦେଇଛନ୍ତି I