ଅନୁସନ୍ଧାନ ଭାରତ(ବ୍ୟୁର): ବାଲିଗୁଡା ଅତିରିକ୍ତ ଜିଲ୍ଲା ଦୌରା ଜର୍ଜ ଶ୍ରୀ ଯୁକ୍ତ ଦିଲିପ କୁମାର ବିଶ୍ବାଳ ଏକ ଗଞ୍ଜେଇ ଚୋରା ଚାଲାଣ ମାମଲାରେ ୩ ଜଣ ଅଭିଯୁକ୍ତ ଆନନ୍ଦ ପ୍ରଧାନ, ସୁବାସ ଚନ୍ଦ୍ର ସାହୁ, ଦିନେଶ କୁମାର ସାହୁ ଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି I ନୟାଗଡ଼ ଜିଲ୍ଲା ଫତେଗଡ ଗ୍ରାମର ଏହି ତିନି ଜଣ ଅଭିଯୁକ୍ତ ୧୨/୧୧/୧୬ ରିଖ ଦିନ ଗଞ୍ଜେଇ ଚୋରାଚାଲାଣ ବେଳେ ସାରଙ୍ଗଗଡ଼ ଥାନାରେ ଧରା ପଡିଥିଲେ I
ଏକ ବୋଲେରୋ ପିକ୍ ଅପ୍ ଭ୍ୟାନରେ ୧୭୦ କେଜି ଗଞ୍ଜେଇ ସେମାନଙ୍କ ଠାରୁ ଜବତ ହୋଇଥିଲା I ସାରଙ୍ଗଗଡ଼ ଥାନା ପୁଲିସ ୧୦୭/୧୬ରେ ମାମଲା ରୁଜୁ କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଥିଲେ I ବାଲିଗୁଡା ଅତିରିକ୍ତ ଜିଲ୍ଲା ଦୌରା ଜର୍ଜଙ୍କ କୋର୍ଟରେ କେଶ୍ ନମ୍ୱର୍ ୧୬୨/୧୬ ରେ ବିଚାରଣ ହେଉଥିଲା I ଅତିରିକ୍ତ ଜିଲ୍ଲା ଦୌରା ଜର୍ଜ ଦିଲିପ କୁମାର ବିଶ୍ବାଳ ତା ୮/୧୦/୨୧ରିଖ ଦିନ ସାକ୍ଷୀ ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ କରିଥିଲେ I ଅଭିଯୁକ୍ତଙ୍କ ତରଫରୁ ବାଲିଗୁଡ଼ା ଓକିଲ କ୍ଷମା ସାଗର ପ୍ରଧାନ ମାମଲାକୁ ପରିଚାଳନା କରୁଥିଲେ I
Next Post