ଅନୁସନ୍ଧାନ ଭାରତ(ବ୍ୟୁର): ପଞ୍ଚାୟତ ନିର୍ବାଚନକୁ ଆଖି ଆଗରେ ରଖି ବିଭିନ୍ନ ରାଜନୈତିକ ଦଳଗୁଡ଼ିକ ନିଜ ନିଜ ଦଳକୁ ସୁଦୃଢ କରିବାରେ ଲାଗିଛନ୍ତି I ଭାରତୀୟ ଜାତୀୟ କଂଗ୍ରେସ ମଧ୍ୟ ଏଥିରେ ପଛରେ ପଡି ନାହିଁ । କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ପଞ୍ଚାୟତରେ ଆଜି କଂଗ୍ରେସର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି I
ଏଥିରେ ଜିଲ୍ଲା ସଭାପତି ଅନାମ ନାୟକ, ଜିଲ୍ଲା ଯୁବ କଂଗ୍ରେସ ସଭାପତି ବସନ୍ତ କୁମାର ପାଢ଼ୀ, ବାଲିଗୁଡା ବ୍ଲକ୍ କଂଗ୍ରେସ ସଭାପତି ଆୟୁବର ନାୟକ, ବାଲିଗୁଡା ନିର୍ବାଚନ ମଣ୍ଡଳୀର ଯୁବ କଂଗ୍ରେସ ସଭାପତି ସଦାନନ୍ଦ ମଲିକ, ତୁମୁଡ଼ିବନ୍ଧ ବ୍ଲକ୍ ସଭାପତି ଗିରିଶ ଚନ୍ଦ୍ ପରାସେଠ୍, ଉପ ସଭାପତି କୁଲେନ୍ଦ୍ର ନନ୍ଦ, ବିଧାନ ସଭା ଯୁବ କଂଗ୍ରେସ ସଭାପତି ଫୁଲବାଣୀ ବସନ୍ତ ଦିଗାଲ , ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଅନୁପମ କହଁର , ତୁମୁଡ଼ିବନ୍ଧ ବ୍ଲକ୍ ସାଧାରଣ ସମ୍ପାଦକ ରଞ୍ଜିତ ମଣ୍ଡଳ, ବରିଷ୍ଠ କଂଗ୍ରେସ ନେତା ଖଗେଶ୍ବର ମାନସେଠ୍, ପ୍ରମୋଦ ମାନ ସେଠ୍, ହୀରା ସିଂ ମଣ୍ଡଳ ପ୍ରମୁଖ ଉପସ୍ଥିତରେ ଏକ ଶହରୁ ଉର୍ଦ୍ଧ୍ବ ବିଜେଡି ଓ ବିଜେପି କର୍ମୀ ଓ ନେତା କଂଗ୍ରେସ୍ ରେ ଯୋଗ ଦେବା ସହ ଆଗାମୀ ପଞ୍ଚାୟତ ନିର୍ବାଚନରେ କଂଗ୍ରେସକୁ ବିଜୟ ଆଣିବାକୁ ଦୃଢ଼ ଭାବରେ ଶପଥ ନେଇ ଥିବା ଜିଲ୍ଲା କଂଗ୍ରେସ ସଭାପତି ଅନାମ ନାୟକ କହିଛନ୍ତି I ବାଲିଗୁଡ଼ା ବିଧାନ ସଭା ନିର୍ବାଚନ ମଣ୍ଡଳୀର ବିଭିନ୍ନ ରାଜନୈତିକ ଦଳରୁ କଂଗ୍ରେସରେ ଯୋଗ ଦେଇ ଥିବା ସମସ୍ତ କଂଗ୍ରେସ ପ୍ରେମୀଙ୍କୁ ସ୍ୱାଗତ ଜଣାଇ ଛନ୍ତି କନ୍ଧମାଳ ଜିଲ୍ଲା ଯୁବକଂଗ୍ରେସର ଉପସଭାପତି ଗଗନ କୁମାର ପ୍ରଧାନ ଏବଂ କନ୍ଧମାଳ ଜିଲ୍ଲା ଯୁବକଂଗ୍ରେସର ସଦସ୍ୟ I