ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ ଘୁ.ଉଦୟଗିରି ବ୍ଲକ ରଟିଙ୍ଗିଆ ଗ୍ରାମପଞ୍ଚାୟତର ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଠାରେ ପ୍ରଧାନଶିକ୍ଷକ ଚତୁର୍ଭୁଜ ସାହୁଙ୍କ ଅଦକ୍ଷତାରେ ଅଭିଭାବକ ସମ୍ମିଳନୀ ଅନୁଷ୍ଠିତ ହୋଇଛି I
ଏହି ସମ୍ମିଳନୀରେ ଚଳିତ ବର୍ଷ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ନୂତନ ପରୀକ୍ଷା ପଦ୍ଧତି ବିଷୟରେ ସମସ୍ତ ଅଭିଭାବକଙ୍କୁ ଅବଗତ କରାଯିବା ସହ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଛାତ୍ରଛାତ୍ରୀଙ୍କୁ ଅନଲାଇନ ମାଧ୍ୟମରେ ଷ୍ଟାଇପେଣ୍ଡ କି ଭଳି ଭାବରେ ସୁଚାରୁ ରୁପେ ପ୍ରଦାନ କରାଯାଇ ପାରିବ ସେ ସମ୍ପର୍କରେ ଆଲୋଚନା କରାଯାଇଥିଲା I ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଶିକ୍ଷକ ମନୋଜ କୁମାର ତ୍ରିପାଠୀ, ନଙ୍ଗୁଳି ଚରଣ ପ୍ରଧାନ, ରିତାଞ୍ଜଳୀ ପଣ୍ଡା, ସନ୍ତୋଷ କୁମାର ପୃଷ୍ଟି, କୁମର ମଣି ନାୟକ ପ୍ରମୁଖ ସହଯୋଗ କରିଥିଲେ I