ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ ଘୁ. ଉଦୟଗିରି ଠାରେ କୋଭିଡ କଟକଣା ମଧରେ ମା ଦୁର୍ଗାଙ୍କ ମହାଷ୍ଟମୀ ପୂଜା ଅନୁଷ୍ଠିତ ହୋଇଯାଇଛି I କୋଭିଡ ନିୟମ ଅନୁସାରେ ମୂର୍ତ୍ତିର ଉଚତା ୪ ଫୁଟ ରହିଅଛି I ପୁରୋହିତ ସୂର୍ଯ୍ୟନାରାୟଣ ଆଚାର୍ଯ୍ୟ, ସୁଧାଂଶୁ ଆଚାର୍ଯ୍ୟ, ସଞ୍ଜୟ ଆଚାର୍ଯ୍ୟ ଏବଂ ସନ୍ତୋଷ ପଣ୍ଡା.ଚଣ୍ଡୀପାଠ କରି ମାଙ୍କ ପୂଜାର୍ଚନା କରୁଛନ୍ତି ଏଵଂ କର୍ତ୍ତା ଭାବେ ଦାୟିତ୍ୱରେ ଅଛନ୍ତି ରବୀନ ପାଢ଼ୀ I କୋଭିଡ ନିୟମାନୁସାରେ ଦର୍ଶକଙ୍କ ନିମନ୍ତେ ମା ଦୁର୍ଗାଙ୍କୁ ଦର୍ଶନ କରିବା ମନାଅଛି I ପରଦା ଆଢୁଆଳରେ ମା ଦୁର୍ଗା ପୂଜାପାଉଥିବା ଦେଖିବାକୁ ମିଳିଛି ଇ ଜନଗହଳିକୁ ଦୃଷ୍ଟିରେ ରଖି ପୋଲିସ ମୁତୟନ କରାଯାଇଅଛି I ସ୍ଥାନୀୟ ଜନସାଧାରଣ ମା ଦୁର୍ଗାଙ୍କ ଦର୍ଶନର ସୁଯୋଗ ନ ପାଇଥିବାରୁ ଦୁଃଖପ୍ରକାଶ କରିଛନ୍ତି I ଏହି ବର୍ଷ ମଧ୍ୟ ମାଙ୍କ ଦର୍ଶନ ନିମନ୍ତେ ଅପେକ୍ଷା କରିଥିଲେ ଭକ୍ତ I କିନ୍ତୁ ସେ ସୁଯୋଗରୁ ବଞ୍ଚିତ ଥିବାରୁ କ୍ଷୋଭ ପ୍ରକାଶ କରିଛନ୍ତି ଅଞ୍ଚଳ ବାସୀ I