ରାକ୍ଷସ ସାଜିଲା ସାବତ ବାପା, ପାଟିରେ କପଡ଼ା ପୁରାଇ ୪ ବର୍ଷ ଶିଶୁର କାଟିଦେଲା ଯୌନାଙ୍ଗ….

ଦାରିଙ୍ଗବାଡ଼ି(ମୃତ୍ୟୁଞ୍ଜୟ ପ୍ରଧାନ): ମାନବିକତା ଭୁଲିଗଲା ଶିଶୁଙ୍କ ସାବତ ବାପା । ହୀନ ମାନସିକତା ଯାଗୁଁ ୪ ବର୍ଷ ଶିଶୁର ଯୌନାଙ୍ଗ କାଟିଦେଲା ଜିପ୍ତ ମୁଠାମାଝୀ(ସାବତ ବାପା) । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ଅଧିନସ୍ଥ ସୋନପୁର ପଞ୍ଚାୟତର ଦବେଡ଼ି ଗ୍ରାମରେ । ସୂଚନା ମୁତାବକ ପୂର୍ବରୁ ରୋମିତା ମୁଠାମାଝୀ କୌଣସି ଏକ ଗାଁରେ ବିବାହ କରିଥିଲେ । ତାଙ୍କର ଗୋଟିଏ ଶିଶୁ ପୁତ୍ର ହୋଇଥିଲା । କିନ୍ତୁ ରୋମିତାଙ୍କ ପୂର୍ବ ସ୍ୱାମୀ ଅନେକ ଥର ନିର୍ଯାତନା ଦେବା ଫଳରେରେ  ରୋମିତା ନିର୍ଯାତନା ସହିନପାରି  ତାଙ୍କୁ ଛାଡ଼ପତ୍ର ଦେଇଥିଲେ  । ରୋମିତା  ପୂର୍ବ ସ୍ୱାମୀଙ୍କୁ ଛାଡ଼ପତ୍ର ଦେବା ପରେ   ଦବେଡ଼ି ଗ୍ରାମର ଜିପ୍ତ ମୁଠାମାଝୀଙ୍କୁ ଦ୍ୱତୀୟ ବିବାହ କରିଥିଲେ । ବିବାହର କେତେ ଦିନ ଗଲା ପରେ ରୋମିତାଙ୍କ ଶିଶୁ ପୁତ୍ରଙ୍କୁ ଏହା ମୋର ପିଲା ନୁହେଁ, ତୁ କଉଠୁ ଛୁଆକୁ ଆଣିଛୁ ସେଇଠିକୁ ଯା ବୋଲି ନିର୍ଯାତନା ଦେବାକୁ ଆରମ୍ଭ କରିଥିଲେ  । ଗୁରବାର ସକାଳ ସମୟରେ ରୋମିତା ମୁଠାମାଝୀ ଗୋବର ଖୋଜିବା ପାଇଁ ଯାଇଥିବା ସମୟରେ ଜିପ୍ତ ମୁଠାମାଝୀ ସୁଯୋଗ ପାଇ ଶିଶୁ କାନ୍ଦିବାର କେହି ନ ଶୁଣନ୍ତୁ ବୋଲି ୪ ବର୍ଷର ଶିଶୁର ପାଟିରେ କପଡ଼ା ପୁରାଇ ବ୍ଲେଡ ମାଧ୍ୟମରେ ଶିଶୁର ଯୌନାଙ୍ଗ କାଟିଥିଲେ ଜିପ୍ତ ମୁଠାମାଝୀ । ଏହା ସହ ଶିଶୁଙ୍କୁ ମଧ୍ୟ ଧମକ ଦେଇଥିଲେ ମମିକୁ ଯଦି କହିବୁ ତେବେ ଜୀବନରୁ ମାରିଦେବି ।  କିନ୍ତୁ କିଛି ସମୟ ପରେ ରୋମିତା ମୁଠାମାଝୀ ଘରକୁ ଆସିବା ପରେ ରୋମିତ (ଶିଶୁ) ସବୁ କଥା ବଖାଣି ଥିଲେ  । କିନ୍ତୁ ଏହା ଏକ ଦୁର୍ଭାଗ୍ୟ ଯେ ସକାଳ ସମୟରୁ ସନ୍ଧ୍ୟା ପର୍ଯ୍ୟନ୍ତ ଆମ୍ବୁଲାନ୍ସକୁ ଫନ କରି ଡାକିବା ସତ୍ୱେ ମଧ୍ୟ ଆମ୍ବୁଲାନ୍ସ ଦବେଡି ଗ୍ରାମକୁ ପହଞ୍ଚି ପାରିନଥିଲା । ଫଳରେ ଅଟୋ ଯୋଗେ ଅହତ ଶିଶୁକୁ ଦାରିଙ୍ଗବାଡି ଗଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା । ଶିଶୁର ଅବସ୍ଥା ସାଙ୍ଘାତିକ ହେବା ଯୋଗୁଁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି  । ଏନେଇ ସ୍ଥାନୀୟ ପୁଲିସ କାହିଁକି କିଛି ପଦକ୍ଷେପ ନେଇନାହାନ୍ତି ବୋଲି ଲୋକଙ୍କ. ମଧ୍ୟରେ ସମାଲୋଚନା ହେଉଚି । ଫଳରେ ଦାରିଙ୍ଗବାଡ଼ି ଥାନା ଅଧିକାରୀ ସଂଗ୍ରାମ କେଶରୀ ଜେନାଙ୍କୁ ପଚାରିବାରେ ଏନେଇ ଥାନାରେ ଅଭିଯୋଗ ହେଇନଥିବା କହିଛନ୍ତି  ।