ପାରଳାଖେମୁଣ୍ଡି(ପ୍ରବୀଣ କୁମାର ଲିମା) ଗଜପତି ଜିଲ୍ଲା ଓଜେୟୁର କର୍ମକର୍ତା ଚୟନ ହୋଇଯାଇଛି । ଆଜି ପାରଳାଖେମୁଣ୍ଡି ସ୍ଥିତ ବୃନ୍ଦାବନ ପ୍ୟାଲେସରେ ଅମିତ କୁମାର ପଟ୍ଟନାୟକଙ୍କ ସଭାପତିତ୍ୱରେ ଓଡିଶା ସାମ୍ବାଦିକ ସଂଘର ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ସଂଗଠନର ଆଭିମୁଖ୍ୟ ଉପରେ ବିଷୋଦ ଭାବରେ ଆଲୋଚନା କରାଯାଇଥିଲା । ଏହି ବୈଠକରେ ପ୍ରାୟ ସମସ୍ତ ସଦସ୍ୟଙ୍କ ଉପସ୍ଥିତିରେ ଗଜପତି ଜିଲ୍ଲା ଓଜେୟୁ ସଂଘର କର୍ମକର୍ତା ଚୟନ କରାଯାଇଥିଲା l ନୁତନ କର୍ମକର୍ତ୍ତା ହେଲେ ଯଥା ସଭାପତି ଅମିତ କୁମାର ପଟ୍ଟନାୟକ, ଉପ ସଭାପତି ଅଲିନ ପାଣି, ସମ୍ପାଦକ ସୁରେଶ ଚନ୍ଦ୍ର ନାଗ, ସହ ସମ୍ପାଦକ ଭାସ୍କର ସ୍ୱାଇଁ, କୋଷାଧକ୍ଷ କୈଳାସ ସ୍ୱାଳସିଂ ଓ ଉପଦେଷ୍ଟା ଭାବେ ରାଜେନ୍ଦ୍ର ରଥ ଓ ସଞ୍ଜୟ ଜେନାଙ୍କୁ ସର୍ବ ସମତି କ୍ରମେ ଚୟନ କରାଯାଇଥିଲା । କର୍ମକର୍ତା ଚୟନ ପରେ ସଂଗଠନରେ ସ୍ୱଛତା ଓ ସୁଦୃଡ ଭାବେ ଆଗକୁ ବଢେଇବା ପାଇଁ ସମସ୍ତ ସଦସ୍ୟଙ୍କୁ ସଭାପତି ଅମିତ କୁମାର ପଟ୍ଟନାୟକ କହିଥିଲେ ।