ବ୍ରାହ୍ମଣୀଗାଁ ମଣ୍ଡଳ ସଭାପତିଙ୍କ ଦବଙ୍ଗଗିରୀ: ବାକି ଦେବାକୁ ମନା କରିବାରୁ ବିଦେଶୀ ମଦ ଦୋକାନ କର୍ମଚାରୀଙ୍କୁ ମାଡ, ଦୁଇ ଘଣ୍ଟା ଦୋକାନ ବନ୍ଦ….

ଦାରିଙ୍ଗବାଡି(ଆଶୋକ ସିଂ): ରଙ୍ଗର ପର୍ବ ହୋଲି ଅବସରରେ ସମସ୍ତେ ଖୁସି ମାନାଇ ପରଷ୍ପରକୁ ଶୁଭେଚ୍ଛାର ବାର୍ତ୍ତା ଦେଇ ଭାଇଚାରା ସୃଷ୍ଠି କରୁଥିବା ବେଳେ ସରକାରୀ ଦଳର ନେତା ଦବଙ୍ଗଗିରୀ ଦେଖାଉଥିବା ଭଳି ନିନ୍ଦନୀୟ ଘଟଣା ଦେଖିବାକୁ ମିଳିଛି  କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ସ୍ଥିତ ସରକାରଙ୍କ ସ୍ଵୀକୃତି ପ୍ରାପ୍ତ ବିଦେଶୀ ମଦ ଦୋକାନ ଆଗରେ । ସୁଚନା ଅନୁଯାୟୀ ଆଜି ରଙ୍ଗର ପର୍ବ ହୋଲି ଖେଳ ଚାଲିଥିବା ବେଳେ ବିଜେପି ଦଳର ବ୍ରାହ୍ମଣୀଗାଁ ମଣ୍ଡଳ ସଭାପତି ଗଣେଶ ଡାକୁଆ ମଦ ଆଣିବାକୁ କିଛି ସାଙ୍ଗମାନଙ୍କ ସହ ମଦ କାଉଣ୍ଟରକୁ ଯାଇ ମଦ ମାଗି ଥିଲେ l କୌଣସି କାରଣ ବଶତଃ ଅନ୍ ଲାଇନ୍ ପେ ମେଣ୍ଟ ହୋଇ ନ ପାରିବାରୁ ସେ ବାକି ମାଗିଥିଲେ l ହେଲେ ସେଠାରେ କାର୍ଯ୍ୟରତ କର୍ମଚାରୀ ତରାସ୍ୟ ବାକି ଦେବାକୁ ମନା କରିବାରୁ ତାଙ୍କ ମଧ୍ୟରେ ବଚସା ହୋଇଥିଲା l ତେବେ ରାଗରେ ଜର୍ଜରିତ ମଣ୍ଡଳ ସଭାପତି ନିଶା ଶକ୍ତ ହୋଇ ତରାସ୍ୟକୁ ବିଭିନ୍ନ ପ୍ରକାର ଗାଳିଗୁଲଜ କରି ଧମକ ଦେବାସହ ରାଜନୀତିକ ଦଳର ଶକ୍ତିକୁ ଅପବ୍ୟବହାର କରି ତାଙ୍କୁ ମାଡ ମାରିବା ପରେ ଝଗଡ଼ା ପରିସ୍ଥିତିକୁ ଏଡାଇବା ପାଇଁ ପ୍ରାୟ ଦୁଇ ଘଣ୍ଟା ପର୍ଯ୍ୟନ୍ତ ମଦ ଦୋକାନ ବନ୍ଦ ରହିଥିବା ଜଣା ପଡ଼ିଛି । ଏ ସମ୍ପର୍କରେ ମଣ୍ଡଳ ସଭାପତିଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ସୁଦ୍ଧା ସେ ଫୋନ କଲ ରିଶିଭ୍ କରି ନଥିଲେ । ତେବେ ଏହି ଘଟଣାରେ କୌଣସି କେଶ ରୂଜୁ ହୋଇ ନଥିବା ବେଳେ ଉକ୍ତ ଘଟଣାକୁ ବୁଦ୍ଧିଜୀବୀ ମହଲରେ ତୀବ୍ର ନିନ୍ଦା କରାଯାଇଛି । ଏଣୁ ବିଜେପି ଦଳର ଜିଲ୍ଲା ତଥା ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟମାନେ ଉକ୍ତ ଘଟଣାର ପୁଙ୍ଖନୁ ପୁଙ୍ଖ ତଦନ୍ତ କରି ଦୃଢ଼ ପଦକ୍ଷେପ ଗ୍ରହଣ ନ କଲେ ଆଗମୀ ଦିନରେ ଅଞ୍ଚଳ ବାସୀ ଉପଯୁକ୍ତ ଜବାବ ଦେବେ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଜୋର ଧରିଛି ।