ରା.ଉଦୟଗିରି (ମିହିର ପ୍ରସାଦ ମାଳୀ): ଗଜପତି ଜିଲ୍ଲା ରା.ଉଦୟଗିରି ଥାନା ଘୋଡାସାଳ ଘାଟିରେ ଅମ୍ବିକା ନାମକ ଘରୋଇ ଯାତ୍ରୀବାହୀ ବସ ଦୁର୍ଘଟଣା ଗ୍ରସ୍ଥ ହୋଇଛି l ହେଲେ ଅଳ୍ପକେ ମୃତ୍ୟୁ ମୁଖରୁ ବର୍ତ୍ତିଲେ ଯାତ୍ରୀ । ପାରଳାଖେମୁଣ୍ଡି ଠାରୁ ବାଦୁଆ ଯାତ୍ରୀନେଇ ଯାଉଥିବା ବେଳେ ଯାନ୍ତ୍ରିକ ତୃଟି ଯୋଗୁଁ ଗାର୍ଡ ୱାଲକୁ ପିଟିହେଲା ବସ୍ । ଗାଡ଼ିରେ ୨୭ରୁ ଉର୍ଦ୍ଧ୍ବ ଯାତ୍ରୀଥିବା ବେଳେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଯାତ୍ରୀ । ଆହତଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଆର୍ ଉଦୟଗିରି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରି ଚିକିତ୍ସା ଚାଲିଥିବା ବେଳେ ଗୁରୁତର ଅବସ୍ଥାରେ ଜଣେ ଶିଶୁକୁ ପାରଳାଖେମୁଣ୍ଡିକୁ ସ୍ଥାନାନ୍ତର କରାଯାଇଛି । ରା.ଉଦୟଗିରି ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି l