ଭ୍ରମରବାଡ଼ି ପି ଏମ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ସକ୍ଷମ କେନ୍ଦ୍ର ଗୃହ ଉଦଘାଟିତ….

ଦାରିଙ୍ଗବାଡ଼ି(ଆଶୋକ ସିଂ): ଦାରିଙ୍ଗବାଡ଼ି ବ୍ଲକ ଭ୍ରମରବାଡ଼ି  ପି.ଏମ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ  ସକ୍ଷମ କେନ୍ଦ୍ରର ନୂତନ ଗୃହର ଶୁଭ  ଉଦଘାଟନ ଉତ୍ସବ ଅନୁଷ୍ଠିତ  ହୋଇଯାଇଛି l ଏହି ଉଦଘାଟନ ଉତ୍ସବରେ ମୁଖ୍ୟ ଅତିଥିଭାବେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ବନମାଳୀ ମାଝୀ ଯୋଗ ଦେଇଥିବା ବେଳେ  ସମ୍ମାନିତ ଅତିଥିଭାବେ  ଭ୍ରମରବାଡ଼ି ସମିତି ସଭ୍ୟା ମିତା ପ୍ରଧାନ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଭୀଷ୍ମ ଚରଣ ପୂଜାରୀ, ଗୋଷ୍ଠୀ ସମ୍ବଳ ଶିକ୍ଷକ ମାନସ କୁମାର ଷଡ଼ଙ୍ଗୀ ପ୍ରମୁଖ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରାଜ କିରଣ ପ୍ରଧାନ ଯୋଗ ଦେଇଥିଲେ l କାର୍ଯ୍ୟକ୍ରମକୁ ଗୋଷ୍ଠୀ ସମ୍ବଳ ଶିକ୍ଷୟତ୍ରୀ ରଶ୍ମିତା ସେନାପତି ପରିଚାଳନା କରିଥିବା ବେଳେ ଶେଷରେ ସହକାରୀ ଶିକ୍ଷକ ଜଳେନ୍ଦ୍ର ଦିଗାଲ ଧନ୍ୟବାଦ ଅର୍ପଣ କରିଥିଲେ l