ଛାତ୍ରୀନିବାସରୁ ଚାରି ଜଣ ନବମଶ୍ରେଣୀ ଛାତ୍ରୀ ନିଖୋଜ, ୪୮ ଘଣ୍ଟା ପରେ ଉଧାର…..

ଦାରିଙ୍ଗବାଡି(ଅଶୋକ ସିଂ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ସ୍ଥିତ  ଅନୁସୂଚିତ ଜାତି ଓ ଜନଜାତି ସରକାରୀ ବାଳିକା ବାଳିକା ବିଦ୍ୟାଳୟରେ ଘଟିଛି ଏକ ଅଭାବନୀୟ ଘଟଣା l ଚାରି ଜଣ ନବମଶ୍ରେଣୀ ଛାତ୍ରୀ ଛାତ୍ରୀନିବାସରୁ ବୁଧବାର ରାତ୍ରିରେ ପାଚେରୀ  ଡେଇଁ କୁଆଡେ ଚାଲିଯାଇ ଥିଲେ l ଛାତ୍ରୀଙ୍କୁ  ବହୁ ଖୋଜାଖୋଜି ପରେ ବିଦ୍ୟାଳୟ କତ୍ତୃପକ୍ଷ ବିଫଳ ହେବା ପରେ ଗୁରୁବାର ସନ୍ଧ୍ୟାରେ ଥାନାରେ ଦେଇଥିଲେ ଲିଖିତ ଅଭିଯୋଗ କରିଥିଲେ ପ୍ରଧାନ ଶିକ୍ଷକ ଅଜୟ ଜେନା l ଉକ୍ତ ଅଭିଯୋଗକୁ ଭିତି କରି ଦାରିଙ୍ଗବାଡି ଥାନା ଅଧିକାରୀ ସଂଗ୍ରାମ କେଶରୀ ଜେନା କେସନଂ୫୯/୨୦୨୬ରେ ଏକ ମାମଲା ରୁଜୁ କରି   ଛାତ୍ରୀମାନଙ୍କୁ ଖୋଜିବା ଆରମ୍ଭ କରିଥିଲେ l ହେଲେ ଛାତ୍ରୀମାନେ ଛାତ୍ରୀ ନିବାସ ଠାରୁ ୧୦ କିମି ରାସ୍ତା ଚାଲି ଚାଲି  ବିରାଗାଡ଼ା ଗ୍ରାମରେ ଥିବା ସୂଚନା ପାଇଥଲେ l ରାତ୍ରରେ ପୁଲିସ ଖୋଜୁଥିବା ବେଳେ ନବମଶ୍ରେଣୀର ନିଖୋଜ ଥିବା ଚାରିଜଣ ଛାତ୍ରୀ ରାତ୍ରିରେ ଚାଲି ଚାଲି ରାତ୍ର ପ୍ରାୟ ୧ଘଣ୍ଟିକା ସମୟରେ ଛାତ୍ରୀ ନିବାସରେ ପହଞ୍ଚି ଥିଲେ l ହେଲେ ଏଠି କଥା ଉଠୁଛି ଯେଉଁ ଭରସା ବିଶ୍ୱାସରେ ବାପ, ମା ମାନେ ପିଲାମାନଙ୍କୁ ବିଦ୍ୟାଳୟକୁ ପାଠ ପଢିବା ପାଇଁ ଛାଡ଼ୁଛନ୍ତି ଏବଂ ଛାତ୍ରୀ ନିବାସରେ ରହି ଭଲ ପାଠ ପଢିବେ ବୋଲି ଭାବୁଛନ୍ତି l ଏଠାରେ ତାହା ସମ୍ପୂର୍ଣ୍ଣ ଅଲଗା ଦେଖିବାକୁ ମିଳୁଛି l ଛାତ୍ରୀ ନିବାସରେ ୩ଜଣ ମେଟ୍ରୋନ ରହୁଥିବା ବେଳ ଜଣେ ସୁପ୍ରିନଟେଣ୍ଡ ଦାୟିତ୍ୱ ରେ ରହିଛନ୍ତି l ହେଲେ କିଭଳି କେମିତି କେହି ଜାଣି ପାରିଲେନି ତାହା ଏବେ ସାଧାରଣରେ  ପ୍ରଶ୍ନ ସୃଷ୍ଟି କରିଛି l ଆଦିବାସୀ ଅନୁସୂଚିତ ଜାତି ଓ ଜନ ଜାତିର ପିଲାଙ୍କ ଭବିଷ୍ୟତ କେତେବେଳେ କଣ ହେବ ତାହା ଏହି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟକୁ ଦେଖିଲେ ଜଣାପଡୁଛି l ତେବେ ଛାତ୍ରୀଙ୍କ ସୁରକ୍ଷା ନେଇ ଏବେ ଅଭିବାବକ ମହଲରେ ତ୍ରିବ ଆଲୋଚନାର ବିଷୟ ପାଲଟିଛି । ଏନେଇ ଡବ୍ଲୁଇଓ ବିଶ୍ଵଜିତ ଜାଲ୍ଲୀଙ୍କୁ ପଚାରିବାରୁ ଏହି କଥାକୁ ହାଲକା ଭାବରେ ନେଇ ଘଟଣାକୁ ଚାପିଦେବା ପାଇଁ ଉଦ୍ୟମ କରୁଥିବା ଜଣା ପଡ଼ିଛି । ଏତେ ବଡ ଛାତ୍ରୀ ନିବାସରେ କିଭଳି ଏଭଳି ଘଟଣା ଘଟିଲା କେହି କେମିତି ଜାଣି ପାରିଲେନି । ତାହାର ଉତ୍ତର ମାଗୁଛନ୍ତି ଜନ ସାଧାରଣ । ଛାତ୍ରୀ ପାଚେରୀ ଡେଇଁ ଯିବାର ପଛରେ କଣ ରହସ୍ୟ ରହିଛି l ତାହାର ତଦନ୍ତ ଜରୁରୀ ଥିବା ବେଳେ ଏଥିରେ କାହାର ଭୁଲ ଅଛି ତାହାର ତଦନ୍ତ  ହେବା ଦରକାର ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।