ନୂତନ ଥାନା ଅଧିକାରୀଙ୍କ ରାୟଗଡ଼ ଥାନାରେ ଯୋଗଦାନ…

ରାୟଗଡ(ଟିକି ଲିମା): ଗଜପତି ଜିଲ୍ଲା ରାୟଗଡ଼ ଥାନାରେ ନୂତନ ଥାନା ଅଧିକାରୀ ଭାବରେ ଅଶ୍ୱିନ କୁମାର ଭିତିରୀୟା  ଜଗଦାନ କରିଛନ୍ତି । କିଛି ଦିନ ତଳେ ଜିଲ୍ଲା ପୁଲିସ ମୁଖ୍ୟାଳୟ ତରଫରୁ ଥାନା ଅଧିକାରୀମାନଙ୍କ ବଦଳୀ ଆଦେଶ ଜାରି କରାଯାଇଥିଲା । ସେହି ପ୍ରକାରେ ଅଶ୍ୱିନ କୁମାର ଭିତିରୀୟାଙ୍କୁ ରାୟଗଡ଼ ଥାନାକୁ ବଦଳି କରାଯାଇଛି l ଏଥି ପୂର୍ବରୁ ସେ ରା.ଉଦୟଗିରୀ ଥାନାରେ କାର୍ଯ୍ୟରତ କରୁଥିଲେ । ଏଠାରେ ଥିବା ଥାନା ଅଧିକାରୀଣି କମଳାଚୌଧୁରୀଙ୍କ ଠାରୁ ନୂତନ ଅଧିକାରୀ ଦାୟିତ୍ଵ ଗ୍ରହଣ କରିନ୍ତି । ଥାନା ଅଂଚଳରେ ଶାନ୍ତି ଶୃଙ୍ଖଳା ରକ୍ଷା ସହ ଲୋକଙ୍କୁ ସୁରକ୍ଷା ଦେବା ଆମର ଦାୟିତ୍ଵ ବୋଲି ନୂତନ ଥାନା ଅଧିକାରୀ ପ୍ରକାଶ କରିଛନ୍ତି । କମଳା ଚୌଧୁରୀଙ୍କ ଶେରଙ୍ଗ ଥାନକୁ ବଦଳି ହୋଇ ଥିବା ସୁଚନା ମିଳିଛି ।