ଦାରିଙ୍ଗବାଡି(ଆଶୋକ ସିଂ): କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ଠାରେ ବାବା ଶ୍ରୀ ମୁକ୍ତେଶ୍ଵରଙ୍କ ଭବ୍ୟ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମ ୧୯ ତାରିଖରୁ ଆରମ୍ଭ ହୋଇଛି l ପୁରୋହିତ ଦଣ୍ଡ ପାଣି ତ୍ରିପାଠୀଶର୍ମାଙ୍କ ପୌରହିତ୍ୟରେ ପଣ୍ତିତ ଶିମଞ୍ଚଳ ଦାସ ପ୍ରଚାରକଙ୍କ ନେତୃତ୍ୱରେ ଯଜ୍ଞ କାର୍ଯ୍ୟ ପ୍ରତିଷ୍ଠା କାର୍ଯ୍ୟକ୍ରମ ଚାଲୁ ରହିଛି l ବୈଦିକ ରୀତି କାନ୍ତି ଅନୁସାରେ ଅଷ୍ଟ ଧାତୁ, ନବ ଶସ୍ୟ ସ୍ଥାପନ କରାଯାଇଅଛି l ହନୁମାନଙ୍କ ବିଗ୍ରହ ପ୍ରତିଷ୍ଠା ୧୦୮ ଦୀପ ପ୍ରଦାନ କରଯାଇଛି l ବିଭିନ୍ନ ସ୍ଥାନରୁ ପ୍ରାୟ ୧୫ଜଣ ବ୍ରାହ୍ମଣ ପଣ୍ଡିତ ପୂଜାରୀମାନେ ଯୋଗ ଦେଇ ପୁଜା ଅର୍ଚ୍ଚନା ଜାରୀ ରଖିଥିବା ବେଳେ ଶନିବାର ଦିନ ଦେବତାଙ୍କ ମହାସ୍ନାନ, ଶୟନୋତ୍ସବ, ରତ୍ନମୁଦ, ମହାରୁଦ୍ରାଭିଶେକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।