ସିମନବାଡ଼ି ପଞ୍ଚାୟତ ସ୍ତରୀୟ କଂଗ୍ରେସ ଦଳର କର୍ମକର୍ତ୍ତା ଚୟନ…

ଦାରିଙ୍ଗବାଡି(ଆଶୋକ ସିଂ): ଦାରିଙ୍ଗବାଡି ବ୍ଳକ ସିମନବାଡ଼ି ପଞ୍ଚାୟତ ସ୍ଥିତ ମାଁ ପାଟଖଣ୍ଡା ମନ୍ଦିର ପ୍ରାଙ୍ଗଣରେ କଂଗ୍ରେସର ପଞ୍ଚାୟତ ସ୍ତରୀୟ କର୍ମକର୍ତ୍ତା ଚୟନ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ସର୍ବ ସମ୍ମତି କ୍ରମେ   ସିମନବାଡ଼ି ପଞ୍ଚାୟତର ସଭାପତି ଭାବେ ରାମଦେବ ପ୍ରଧାନ, ଉପ ସଭାପତି ଭାବେ  ସୁକେନ୍ଦ୍ର ଦିଗାଲ, ସମ୍ପାଦକ ଭାବରେ  ଯହନ ଦିଗାଲଙ୍କୁ ଚୟନ କରାଯାଇଛି । ବୈଠକରେ ପୂର୍ବତନ ପଞ୍ଚାୟତ ସଭାପତି ଆଶିଷ ପ୍ରଧାନ, ବିଭୁକିଶୋର ନାୟକ, ଝିଖରୀୟ ପ୍ରଧାନ, ଚିତ୍ରସେନ ନାୟକ ପ୍ରମୁଖ ଉପସ୍ଥିତ ରହି ଥିବା ବେଳେ  ସିମନବାଡ଼ି ପଞ୍ଚାୟତରେ କଂଗ୍ରେସ ଦଳର ସଂଗଠନକୁ ତୃଣମୂଳ ସ୍ତରରୁ ମଜୁବୁତ କରାଯିବା ବୋଲି  ନୂତନ ସଭାପତି ରାମଦେବ ପ୍ରଧାନ ମତପ୍ରକାଶ କରିଥିଲେ ।