ଭଞ୍ଜନଗର(ନିଲୁ ବିଷୋୟୀ) :ଗଞ୍ଜାମ ଜିଲ୍ଲା ତାରସିଂ ଥାନା ଅଧୀନ ମାଣପୁର-ବାଲିସାହି ରାସ୍ତାରେ ଏକ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ମୃତକ ଜଣକ ହେଲେ ବାରୁଡା ପଞ୍ଚାୟତ ଅଧିନ ବିଲିପଡା ଗ୍ରାମର ଭଜ ନାୟକଙ୍କ ପୁଅ ପ୍ରଭାତ ନାୟକ(୨୩) । ସେ ବାଲିସାହିକୁ ଏକ ପାରିବାରିକ ଭୋଜି କାର୍ଯ୍ୟକୁ ଯୋଗଦେବାକୁ ଯାଇଥିଲେ । ଏହି ସମୟରେ ମାଣପୁର ନିକଟରେ ଏକ ଅଜଣା ଗାଡି ଧକ୍କା ଦେବାରୁ ନିକଟ ଗଛରେ ପିଟି ହୋଇ ଯାଇଥିବା ପରିବାର ଲୋକ ଥାନାରେ ଅଭିଯୋଗ କରିଥିବା ଥାନା ଅଧିକାରୀ ଶୁଭଲକ୍ଷ୍ମୀ ପୂଜାରୀ ସୂଚନା ଦେଇଛନ୍ତି । ତୁରନ୍ତ ତାଙ୍କୁ ଗୁରୁତର ଅବସ୍ଥାରେ ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ଡାକ୍ତର ସେଠାରେ ତାକୁ ମୃତ ଘୋଷଣା କରିଥିଲେ । ଏହା ପରେ ପୁଲିସ କେସ ନମ୍ବର ୬୦/୨୬ ରେ ଏକ ମାମଲା ରୁଜୁ କରି ମୃତଦେହ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିବା ସହ ତଦନ୍ତ ଆରମ୍ଭ କରିଛି ।