ଘୁ.ଉଦୟଗିରି ବନପାଳ ତାଲିମ କେନ୍ଦ୍ରରେ 60 ତମ ଦୀକ୍ଷାନ୍ତ ପ୍ୟାରେଡ ଓ ସମାବର୍ତ୍ତନ ଉତ୍ସବ ଅନୁଷ୍ଟିତ..

ଅନୁସନ୍ଧାନ ଭାରତ(ବ୍ୟୁର): ଘୁ.ଉଦୟଗିରି ସ୍ଥିତ ବନପାଳ ତାଲିମ କେନ୍ଦ୍ର ପରିସରରେ ଆଞ୍ଚଳିକ ମୁଖ୍ୟ ବନସଂରକ୍ଷକ, ବ୍ରହ୍ମପୁର ମଣ୍ଡଳ ବିଶ୍ବନାଥ ନିଲାନବରଙ୍କ ଅଧ୍ୟକ୍ଷତାରେ 60 ତମ ସମାବର୍ତନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ଏହି ସମାବର୍ତନ ଉତ୍ସବରେ ସମ୍ମାନିତ ଅତିଥି ଭାବେ ବନଖଣ୍ଡ ଅଧିକାରୀ ଫୁଲବାଣୀ ପ୍ରତାପ କୋଟାପାଲ୍ଲୀ, ମୁଖ୍ୟ ବନ ସଂରକ୍ଷକ ତାଲିମ ଏବଂ ଉନ୍ନତି, କଟକ ବିକାଶ ରଞ୍ଜନ ଦାସ ଏବଂ ବାଲିଗୁଡା ବନଖଣ୍ଡ ଅଧିକାରୀ ଘନଶ୍ୟାମ ମହନ୍ତ ପ୍ରମୁଖ ଯୋଗଦେଇ ଥିଲେ l ଉକ୍ତ ତାଲିମ କେନ୍ଦ୍ରରୁ ତାଲିମ ନେବା ପରେ ନିଜ କର୍ମ କ୍ଷେତ୍ରରେ ତାର ସୁବିନିଯୋଗ କଲେ ବିଭାଗର ମର୍ଯ୍ୟାଦା ଅକ୍ଷୁର୍ଣ୍ଣ ରହିବ ବୋଲି ମତବ୍ୟକ୍ତ କରିଥିଲେ ମୁଖ୍ୟ ଅତିଥି । ଏଥି ସହିତ ବନପାଳଙ୍କ ଦାୟୀତ୍ୱ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ତେଣୁ ଏହାକୁ ନିଷ୍ଟାର ସହ କାର୍ଯ୍ୟ କରିବାକୁ ପରାମର୍ଶ ମଧ୍ୟ ଦେଇଥିଲେ । ପୁର୍ବରୁ ଉପ ବନସଂରକ୍ଷକ ଆଶିଷ କୁମାର ବେହେରା ସ୍ୱାଗତ ଭାଷଣ ପ୍ରଦାନ ସହ ବିବରଣୀ ପାଠ କରିଥିଲେ । ପରେ ତାଲିମରେ ଭାଗ ନେଇଥିବା 48 ଜଣଙ୍କୁ ମାନପତ୍ର ସହ ମେଡାଲ ପ୍ରଦାନ କରଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ସହକାରୀ ବନ ସଂରକ୍ଷକ କଳ୍ପନା ନାୟକ ଓ ଘୁ.ଉଦୟଗିରି ରେଞ୍ଜର ମାଣିକେଶ୍ବରୀ ପଟ୍ଟନାୟକ, ବନପାଳ ଶଙ୍କର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।