ରା.ଉଦୟଗିରି(ଆକାଶ ଦାସ): ଆରଏସ୍ଏସ୍ ଓ ବିଜେପିର ଡ଼ବଲ ଇଞ୍ଜିନ ସରକାରଙ୍କ ଶ୍ରମିକ ଓ କୃଷକ ବିରୋଧୀ ନୀତି ବିରୁଦ୍ଧରେ ଧର୍ମଘଟ ତଥା ଭାରତ ବନ୍ଦକୁ ରା.ଉଦୟଗିରି ବ୍ଲକରେ ସମ୍ପୂର୍ଣ୍ଣ ରୂପେ ସମର୍ଥନ କରାଯାଇଛି l ରା. ଉଦୟଗିରି ବ୍ଲକ ସଦର ମହକୁମା ସମେତ ମହେନ୍ଦ୍ରଗଡ, ଛେଳିଗଡ଼ ଓ ରାମଗିରି ଅଞ୍ଚଳରେ ସମ୍ପୂର୍ଣ୍ଣ ରୂପେ ଭାରତ ବନ୍ଦର ପ୍ରଭାବ ପଡ଼ିଥିବା ଦେଖିବାକୁ ମିଳିଛି l ସରକାରଙ୍କ ଶ୍ରମିକ ଓ କୃଷକ ବିରୋଧୀ ନୀତି ବିରୁଦ୍ଧରେ ଧର୍ମଘଟ ବେଳେ ଜରୁରୀ କାଳୀନ ସେବା ବ୍ୟତୀତ ସମଗ୍ର ଅଞ୍ଚଳରେ ଦୋକାନ ବଜାର ବନ୍ଦ ରହିବା ସହିତ ଯାନବାହାନ ଚଳାଚଳ ସମ୍ପୂର୍ଣ୍ଣ ରୁ ବନ୍ଦ ଥିବାରୁ ଜନଜୀବନ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିବା ଦେଖିବାକୁ ମିଳିଛି l