ବ୍ରାହ୍ମଣୀଗାଁରେ ଧୁମଧାମରେ ପାଳନ ହେଲା ମା ମେରୀ ପର୍ବ…..

ଦାରିଙ୍ଗବାଡି(ଆଶୋକ ସିଂ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ସ୍ଥିତ କାଥଲିକ ଚର୍ଚ୍ଚ ପକ୍ଷରୁ ମା ‘ ମେରୀ ଙ୍କ ପର୍ବ ଧୁମ ଧାମ ରେ ପାଳନ କରାଯାଇଅଛି । ଏହି ଅବସରରେ ମା ମେରୀଙ୍କ ପୀଠରେ ମିଳିତ ଦିବ୍ୟ ଯଜ୍ଞର ଆୟୋଜନ କରାଯାଇ ଥିଲା l କଟକ ଭୁବନେଶ୍ଵର ମହାଧର୍ମପ୍ରଦେଶର ଭିକାର୍ ଜେନେରାଲ ଫା.ପ୍ରଦୋଷ ଚନ୍ଦ୍ର ନାୟକ ମୁଖ୍ୟ ପୌରହିତ୍ୟ କରିଥିବା ବେଳେ ଫା.କ୍ଲେମେନ୍ତ ବାଗ୍ ସିଂ ବାଇବଲରୁ ଈଶ୍ବରଙ୍କ ବାକ୍ୟ ପରିବେଷଣ କରିଥିଲେ l ତାଙ୍କ ବକ୍ତବ୍ୟରେ ମଣ୍ଡଳୀ ତଥା ଖ୍ରୀଷ୍ଟ ଧର୍ମରେ ମା ମେରୀଙ୍କ ଭୂମିକା କଣ ରହିଛି ଏବଂ ତାଙ୍କ ପ୍ରତି ଭକ୍ତି ଓ ସମ୍ମାନ ପ୍ରଦର୍ଶନ କରିବା ର ଯଥାର୍ଥତା ପ୍ରତିପାଦନ କରିଥିଲେ । ବ୍ରାହ୍ମଣୀଗାଁ କାଥଲିକ ଚର୍ଚ୍ଚ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଘୁ ଉଦୟଗିରି ବିଧାୟକ ପ୍ରଫୁଲ୍ଲ ଚନ୍ଦ୍ର ପ୍ରଧାନ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ସମିତି ଅଧ୍ୟକ୍ଷ ସୁଶାନ୍ତ ପ୍ରଧାନ, ସରପଞ୍ଚ ସଂଯୁକ୍ତା ମଲ୍ଲିକ, ସମିତି ସଭ୍ୟା ଜଲିତା ମାଝୀ, ବ୍ଲକ କଂଗ୍ରେସ ସଭାପତି ଜିରୀମିୟ ପ୍ରଧାନ, ପୁର୍ବତନ ସେମିତି ଅଧ୍ୟକ୍ଷ ଲୁକ ସୁନା ମାଝୀ, ସାଂସଦ ପ୍ରାର୍ଥୀ ଅମିର ଚାନ୍ଦ ନାୟକ, ସମାଜ ସେବୀ ନମିତା ପରିଡ଼ାଙ୍କ ସମେତ ଅନ୍ୟ ଅତିଥିମାନେ ମଧ୍ୟ ଯୋଗ ଦେଇଥିଲେ । ଗ୍ରାମବାସୀମାନେ ଶିବମନ୍ଦିର ଛକ ଠାରୁ ବ୍ୟାଣ୍ଡ ବାଦ୍ୟ, ନାଚ ଗୀତ ଶୋଭାଯାତ୍ରାରେ ଯାତ୍ରା ପଡ଼ିଆ ପର୍ୟ୍ୟନ୍ତ ପାଛୋଟି ନେଇ ଥିଲେ l ସେଠାରେ ଆୟୋଜିତ କାର୍ଯ୍ୟକ୍ରମ ରେ କାଥଲିକ ଚର୍ଚ୍ଚର ମୁଖ୍ୟ ଯାଜକ ବିମଳ ଚନ୍ଦ୍ର ନାୟକ ସମସ୍ତ ଅତିଥିମାନଙ୍କ ପରିଚୟ ପ୍ରଦାନ କରିବା ସହ ମଞ୍ଚକୁ ଆମନ୍ତ୍ରଣ କରିଥିଲେ ଏବଂ ଗ୍ରାମବାସୀଙ୍କ ତରଫରୁ ପୁଷ୍ପ ଗୁଚ୍ଛ ଓ ଫୁଲମାଳ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ସହକାରୀ ଯାଜକ ନବୀନ ବଳିଆର ସିଂ ମିଳିତ ଦିବ୍ୟ ଯଜ୍ଞରେ ମଞ୍ଚ ପରିଚାଳନା କରିଥିବା ବେଳେ ଫା. ରାଜୀବ ଲୋଚନ ସିଂଙ୍କ ନେତୃତ୍ଵଭକ୍ତି ସଙ୍ଗୀତ ଗାନ କରାଯାଇ ଥିଲା । ସନ୍ଧ୍ୟାରେ ମା ମେରିଙ୍କ ପ୍ରତିମୂର୍ତ୍ତି ନେଇ ଭକ୍ତି ପୂର୍ଣ୍ଣ ପରିବେଶରେ ଭକ୍ତମାନେ ମାଳା ପ୍ରାର୍ଥନା ସହ କ୍ୟାଣ୍ଡେଲ ଶୋଭାଯାତ୍ରାରେ ସହର ପରିକ୍ରମା କରି ଗୁମ୍ଫା ପର୍ୟ୍ୟନ୍ତ ଯାଇଥିଲେ l ସେଠାରେ ଫା.ସରୋଜ କୁମାର ନାୟକ ବାକ୍ୟ ପରିବେଷଣ କରିଥିଲେ । ରାତ୍ର ମନୋରଞ୍ଜନ କାର୍ଯ୍ୟକ୍ରମରେ  ବ୍ରାହ୍ମଣୀଗାଁ ଖ୍ରୀଷ୍ଟୀୟ କଳା ପରିଷଦର ସ୍ଥାନୀୟ କଳାକାରମାନଙ୍କ ପକ୍ଷରୁ ୨୨ତମ ସାମାଜିକ ନାଟକ “ଲୁହ ପୋଚ୍ଛିବାକୁ ପଣତ ନାହିଁ ” ମଞ୍ଚସ୍ଥ ହୋଇଥିଲା । ସମସ୍ତ କାର୍ଯ୍ୟକ୍ରମକୁ ବ୍ରାହ୍ମଣୀଗାଁ କାଥଲିକ ମଣ୍ଡଳୀର ସ୍ବତ୍ତନ୍ତ୍ର ଯାତ୍ରା କମିଟି ପରିଚାଳନା କରିଥିବା ବେଳେ ଆଖ ପାଖ ଅଞ୍ଚଳର ଶତାଧିକ ମେରୀ ଭକ୍ତ ଯୋଗ ଦେଇଥିଲେ l ବ୍ରାହ୍ମଣୀଗାଁ ଥାନା ଅଧିକାରୀ ବିଜୟ କୁମାର ହାଇବୁରୁଙ୍କ ନେତୃତ୍ୱରେ ପୁଲିସ ଫୋର୍ସ ମତୟନ ହୋଇ ଆଇନ ଶୃଙ୍ଖଳା ରକ୍ଷା କରିଥିଲେ ।