କେବେ ହେବ ବୁରୁଡ଼ା ଗ୍ରାମ ଠାରୁ ପେଦାମାଡ଼ି ରାସ୍ତା…..

ପାରଳାଖେମୁଣ୍ଡି(ପ୍ରବୀଣ କୁମାର ଲିମା): ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ଗାଇବା ପଞ୍ଚାୟତ  ବୁରୁଡ଼ା ଠାରୁ କାଶୀନଗରକୁ ସଂଯଗ କରୁଥିବା ଏହି ରାସ୍ତା ବର୍ଷ ବର୍ଷ ଧରି ମରଣ ଜନ୍ତା ପାଲଟିଛି  l ଏହି ରାସ୍ତା ଦେଇ କାଶୀନଗର କଲେଜକୁ ଯିବା ପାଇଁ ବହୁତ କମ ସମୟ ଲାଗିଥାଏ l ଏହି  ରାସ୍ତାର ଅବସ୍ଥା ସଚୋନୀୟ ହୋଇଥିଲେ ମଧ୍ୟ ଛାତ୍ରଛାତ୍ରୀମାନେ ନିଜ ଜୀବନକୁ ବାଜି ଲଗାଇ ଯାତାୟତକରିବାକୁ ବାଧ୍ୟ ହେଉଛନ୍ତି l ଆଖ ପାଖର ଗ୍ରାମର ଲୋକମାନେ ବା ଗର୍ଭବତୀ ମହିଳାମାନେ ଅସୁସ୍ଥତା ହେଲେ କାଶୀନଗରରେ ଏମ୍ବୁଲାନ୍ସର ସୁବିଧା ଥାଏ କିନ୍ତୁ ଗାଇବା ମୁଖ୍ୟ ରାସ୍ତା ଦେଇ କାଶୀନଗରକୁ ଗୋମନା ଗୋମନ କରିଲେ ୨୪ କିଲୋମିଟର ପଡ଼ିଥାଏ l କିନ୍ତୁ ବୁରୁଡ଼ା ଦେଇ କାଶୀନଗର ଯିବାକୁ ହେଲେ କେବଳ ୧୦ କିଲୋମିଟର ରାସ୍ତା ଅତିକ୍ରମ କରିବାକୁ ପଡ଼ିଥାଏ  l ଯଦି ସରକାର ଏହି ରାସ୍ତା ଉପରେ ଦୃଷ୍ଟି ଦିଅନ୍ତି ତେବେ ଗାଇବା ପଞ୍ଚାୟତକୁ ଲାଗି ଯେଉଁ ୫ ରୁ ୬ ପଞ୍ଚାୟତର ଛାତ୍ରଛାତ୍ରୀମାନେ ଏବଂ ଛୋଟଛୋଟ ବ୍ୟବସାୟୀ ମାନଙ୍କର ଏବଂ ସ୍କୁଲକୁ ଯିବା ଆସିବା କରୁଥିବା ଶିକ୍ଷକମାନଙ୍କର ବହୁତ ଉପକାର ହେବ ବୋଲି ବୁରୁଡ଼ା ଗ୍ରାମରୁ ଉବେଦ ଗମାଙ୍ଗ, ପୁରାତନ ଭୂୟାଁ, ଡବି ଗମାଙ୍ଗ, ସାରଗ୍ୟାସିଂ ଗ୍ରାମରୁ ମୁରୁସୁତା ରଇତ, ଅତି ଗମାଙ୍ଗ ଏବଂ ଗାଇବା ଗ୍ରାମରୁ ଜିଲ୍ଲାପରିଷଦ ସଭ୍ୟା ରେଣୁକା ପାତ୍ର, ସରପଞ୍ଚ ତିଷ୍ଣ ଭୂୟାଁ, ସମିତି ସଭ୍ୟା, ବାସନ୍ତୀ ପାଣି ସୋରଗ୍ୟ ପାଣି ଲୁଲୁ ଲିମା, ଅଜିତ ବେବର୍ତ୍ତା, ମାନୁଏଲ ମାଛ, ଗପାଳ ପ୍ରଧାନ ଓ ସୁଧାକର ଲିମା, ମହେନ୍ଦ୍ର ପ୍ରଧାନ ପ୍ରମୁଖ ଦାବି କରିଛନ୍ତି l