ଧରାକୋଟ ନେତାଜୀ କ୍ଲବ ତରଫରୁ ସାଧାରଣତନ୍ତ୍ର ଦିବସ ପାଳିତ..

ଧରାକୋଟ(ସୁନୀଲ କୁମାର ଚୌଧୁରୀ, ଜ଼ିଲ୍ଲା ପ୍ରତିନିଧି): ଦେଶର 77 ତମ ସାଧାରଣ ତନ୍ତ୍ର ଦିବସ ଧରାକୋଟ ସ୍ଥିତ ନେତାଜୀ କ୍ଲବ ତରଫରୁ ବେଶ ଆଡମ୍ବର ସହିତ ପାଳିତ ହୋଇଯାଇଛି । କ୍ଲବର ସଭାପତି ସୁନିଲ କୁମାର ଚୌଧୁରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେରେ ଆୟୋଜିତ ଏହି ଉତ୍ସବରେ ଅବସରପ୍ରାପ୍ତ ବରିଷ୍ଠ କୃଷି ବିଭାଗ ଅଧିକାରୀ ରାମ ଶଙ୍କର ପଟନାୟକ ପତାକା ଉତ୍ତୋଳନ କରିଥିଲେ । ଏହି ଅବସରରେ ଧରାକୋଟ ବ୍ଲକର ପ୍ରାୟ 50ରୁ ଅଧିକ ଅବସରପ୍ରାପ୍ତ ସରକାରୀ କର୍ମଚାରୀମାନଙ୍କୁ କ୍ଲବ ତରଫରୁ ସ୍ଵତନ୍ତ୍ର ଭାବେ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା । ପ୍ରଥମେ ଅବସରପ୍ରାପ୍ତ ଶିକ୍ଷକ ସ୍ବର୍ଗତ ଅନ୍ତର୍ଯ୍ୟାମୀ ଦାସଙ୍କ ଉଦ୍ଦେଶ୍ୟରେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିବା ବେଳେ ଅବସରପ୍ରାପ୍ତ ରାଜସ୍ୱ ବିଭାଗର ନୀରିକ୍ଷକ ତୁମ୍ୱନାଥ ଚୌଧୁରୀଙ୍କ ସ୍ୱାସ୍ଥ୍ୟର  ଆସୁ ଆରୋଗ୍ୟ କାମନା କରି ଶିବ ପଞ୍ଚକ୍ଷରି ମନ୍ତ୍ର ପାଠ କରାଯାଇଥିଲା । ଅବସର ପ୍ରାପ୍ତ ସରକାରୀ କର୍ମଚାରୀ ପି ତ୍ରିନାଥ ପାତ୍ର, ପଦ୍ମ ଚରଣ ବାରିକ,ବାସୁଦେବ ନାୟକ, ସୂର୍ଯ୍ୟ ନାରାୟଣ ସୁଆର, ଶରତ ଚନ୍ଦ୍ର ରାଜ, ଦୟାନିଧି ପଣ୍ଡା, ଗଣେଶ ପୁରୋହିତ ପ୍ରମୁଖ ଆଜିର ଦିବସର ଅନୁଚିନ୍ତା ଓ ନାଗରିକ ଭାବରେ ଆମର କର୍ତ୍ତବ୍ୟ ବିଷୟରେ ଆଲୋକପାତ କରିଥିଲେ । ଆଜିର କାର୍ଯ୍ୟକ୍ରମରେ ବଂଶୀଧର ତ୍ରିପାଠୀ, ଭୋଳାନାଥ ଗୌଡ଼, ପ୍ରଦୀପ କୁମାର ରଥ, ପଞ୍ଚାନନ ସାହୁ, ବୃନ୍ଦାବନ ସେଠୀ, ପ୍ରଫୁଲ୍ଲ କୁମାର ପାଣିଗ୍ରାହୀ, ଭାଜରାମ ଭୂୟାଁ, ବିପିନ ବିହାରୀ ଦାସ, ସୂର୍ଯ୍ୟ ନାରାୟଣ ସାହୁ,.ପ୍ରଫୁଲ୍ଲ ପଲେଇ,ବି ଲଖଣ ପାତ୍ର ପ୍ରମୁଖ ଉପସ୍ଥିତ ରହିଥିଲେ । ସାମ୍ବାଦିକ ହୃଦାନନ୍ଦ ଜେନା ଏଥିରେ ସଂଯୋଜନା କରିଥିବା ବେଳେ କ୍ଲବ ପରିବାରର ସଦସ୍ୟ ହିମାଂଶୁ ଶେଖର ସ୍ୱାଇଁ, ମୁନା ବେହେରା, ପ୍ରକାଶ ଗୌଡ଼, କାହ୍ନୁ ଚରଣ ଗୌଡ଼, ବାବୁ ଭୂୟାଁ ଓ ଶିବ ଶଙ୍କର ନାୟକ ପ୍ରମୁଖ ସହଯୋଗ ପ୍ରଦାନ କରିଥିଲେ l