ଘୁ. ଉଦୟଗିରି ବ୍ଲକ ପ୍ରେକ୍ଷାଳୟରେ “ଘୁ.ଉଦୟଗିରି ଶୀତ ମହୋତ୍ସବ” ପ୍ରସ୍ତୁତି ବୈଠକ ଅନୁଷ୍ଠିତ….

ଅନୁସନ୍ଧାନ ଭାରତ(ବ୍ୟୁର): ଓଡ଼ିଶାର ସବୁଠାରୁ କମ ତାପମାତ୍ରା ଏବଂ ଥଣ୍ଡାର ସହର ତଥା ଓଡିଶାର ଡାର୍ଜିଲିଙ୍ଗ ଘୁ.ଉଦୟଗିରି ଠାରେ ଚଳିତ ବର୍ଷ ଫେବୃଆରୀ ୩ରୁ୭ ତାରିଖ ୫ ଦିନ ଧରି ଅନୁଷ୍ଠିତ ହେବ ସଂସ୍କୃତି ପରମ୍ପରାର ମିଳନ ଘୁ.ଉଦୟଗିରି ଶୀତ ମହୋତ୍ସବ”ତୁଷାର” । ଏହି ମହୋତ୍ସବ ନିମନ୍ତେ ଆଜି ସ୍ଥାନୀୟ ବ୍ଲକ ପ୍ରେକ୍ଷାଳୟ ଠାରେ ଏକ ସାଧାରଣ ବୈଠକ ମହୋତ୍ସବ କମିଟି ସଭାପତି ଜ୍ଞାନ ଚନ୍ଦ୍ର ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଏଥିରେ ସ୍ଥାନୀୟ ଏସଡ଼ିପିଓ ବିଜୟ କୁମାର ବିଶି, ବ୍ଲକ ଅଧ୍ୟକ୍ଷା ସୁଷମା ପ୍ରଧାନ, ଏନଏସି ଅଧ୍ୟକ୍ଷା ସୁଶ୍ରୀ ଦେଵଶ୍ମିତା ଶତପଥୀ, ଭାରପ୍ରାପ୍ତ ବିଡିଓ ସତ୍ୟ ନାରାୟଣ ମିଶ୍ର, ଏନଏସି ନିର୍ବାହୀ ଅଧିକାରୀ ଆଶୁତୋଷ ଗୌରବ କର,.ଜିଲ୍ଲାପରିଷଦ ସଭ୍ୟା ଲିଲିମା ପ୍ରଧାନ, ବ୍ଲକ ଉପାଧ୍ୟକ୍ଷ ସନ୍ତୋଷ ବାଘ, ବ୍ଲକ ଉପାଧ୍ୟକ୍ଷ ଏନ ଲୁକ, ବରିଷ୍ଠ ସାମ୍ବାଦିକ ଶିଶିର ପଟ୍ଟନାୟକ ପ୍ରମୁଖ ମଞ୍ଚାସିନ ଥିବା ବେଳେ କମିଟି ସମ୍ପାଦକ ଏମଡି ଜିଆଉଦ୍ଧିନ ବିବରଣୀ ପ୍ରଦାନ କରିଥିଲେ । ଓଡ଼ିଶାର ଶୀତଳ ସହରକୁ ଓଡ଼ିଶାର ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନିତ କରିବା ସହ ସ୍ଥାନୀୟ ଅଞ୍ଚଳର କଳା ସଂସ୍କୃତି, ପରମ୍ପରାକୁ ଲୋକାଭିମୁଖୀ କରିବା ଉଦ୍ଧେଶ୍ୟରେ ଆୟୋଜିତ ହେବାକୁ ଥିବା ମହୋତ୍ସବରେ ସମସ୍ତ ଅଞ୍ଚଳବାସୀଙ୍କ ସହଭାଗିତା ସହଯୋଗରେ ଏକ ସରସ ସୁନ୍ଦର କାର୍ଯ୍ୟକ୍ରମ କେଉଭଳି ଆୟୋଜନ ହୋଇପାରିବ ତା ଉପରେ ଉପସ୍ଥିତ ବିଭିନ୍ନ ପଞ୍ଚାୟତର ସରପଞ୍ଚ, ସମିତିସଭ୍ୟ, କାଉନସିଲର, ଗଣମାଧ୍ୟମ ପ୍ରତିନିଧି, ଶିକ୍ଷାବିତ, ସ୍ବେଛାସେବୀ, ସଚେତନ ନାଗରିକ, ସମାଜସେବୀମାନେ ଉପସ୍ଥିତ ରହି ମତବ୍ୟକ୍ତ କରିଥିଲେ ।

csp