ଓଡ଼ିଶାର ଡାର୍ଜିଲିଙ୍ଗ ଘୁ.ଉଦୟଗିରିରେ ହାଡ଼ ଭଙ୍ଗା ଜାଡ଼ ସହ ତୁଷାରପାତ: ଆଜି ସର୍ବନିମ୍ନ ତାପମାତ୍ରା ୨.୫ ଡିଗ୍ରୀ ସେଲସିୟସ ରେକର୍ଡ, ତୁଷାରପାତ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ….

ଅନୁସନ୍ଧାନ ଭାରତ(ବ୍ୟୁର): ପୁଣି ଜାଡରେ କଲବଲ ଓଡ଼ିଶାର ଡାର୍ଜିଲିଙ୍ଗ ଘୁ.ଉଦୟଗିରି । ପ୍ରବଳ ଜାଡ଼ରେ ଥରୁଛି ସମଗ୍ର ଅଞ୍ଚଳ । ପ୍ରବଳ ଜାଡ଼ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ । ସୋମବାର ପାରଦ ୬.୮ ବେଳେ ମଙ୍ଗଳବାର ୩ ଡିଗ୍ରିକୁ ଖସିଥିବା ବେଳେ ଆଜି କ୍ରମାଗତ ଭାବେ ନିମ୍ନଗାମୀ ହୋଇ ୨.୫ ଡିଗ୍ରୀକୁ ଖସି ଥିବା ରେକର୍ଡ କରାଯାଇଛି । ପାରଦ ଖସିବା ସହ ଶୀତର ପ୍ରକୋପ ବଢ଼ିବାରେ ଲାଗିଛି । ଓଡ଼ିଶାର ସବୁଠାରୁ କମ୍ ତାପମାତ୍ରା ଏବଂ ଥଣ୍ଡାର ସହର ଭାବେ ଘୁ.ଉଦୟଗିରି ଚିହ୍ନଟ ହୋଇଥିବା ବେଳେ ପୁଣି ଜାନୁଆରି ମାସ ଆରମ୍ଭରେ ଶୀତ ତାର ପ୍ରକୋପ ଦେଖାଇବା ଆରମ୍ଭ କରିଛି । ଆଗାମୀ ଦିନରେ ତାପମାତ୍ରା ଆହୁରି ତଳ ମୁହାଁ ହେବା ଆଶଙ୍କା କରିଛି ପାଣିପାଗ ବିଭାଗ । ସଞ୍ଜ ନଇଁଲେ ତାପମାତ୍ରା ଖସିବା ସହ ଶୀତର ପ୍ରକୋପ ବଢିବା ସହ ରାତିରେ ଜାଡ଼ ଆରମ୍ଭ ହୋଇଯାଉଛି । ଯାହା ପାଇଁ ଘର ଭିତରେ ରହିବା ମଧ୍ୟ ଅସମ୍ଭ ହେଉ ଥିବା କହିଛନ୍ତି ସ୍ଥାନୀୟ ବାସିନ୍ଧା l କିଛିଦିନର ଦିନ ବ୍ଯବଧାନରେ ପୁଣିଥରେ ପାରଦ ତଳମୁହାଁ ହୋଇଛି । ଆଜି ୨.୫ ଡିଗ୍ରୀରେ ପହଞ୍ଚି ଥିବା ରେକର୍ଡ କରିଛି କୃଷି ବୈଷୟିକ ଗବେଷଣା କେନ୍ଦ୍ର ଓ ଭାରତୀୟ ପାଣିପାଗ ବିଭାଗ । କୋହଲା ପବନରେ ଦେହ କାଲୁଆ ହୋଇ ଯାଇଥିବା ବେଳେ ରାସ୍ତାକଡ଼ରେ ବସି ବ୍ଯବସାୟ କରୁଥିବା ବ୍ଯବସୀୟୀ, ଜଙ୍ଗଲ ଜାତ ସାମଗ୍ରୀ ସଂଗ୍ରହ କରି ପେଟ ପୋଷୁଥିବା ସ୍ଥାନୀୟ ଅଧିବାସୀ, ଅସହାୟ, କଚା ଘରେ ରହୁଥିବା ଲୋକଙ୍କ ପାଇଁ ପ୍ରବଳ ଶୀତ ବଢାଇ ଦେଇଛି ଚିନ୍ତା । ଶୀତ ଦାଉରୁ ରକ୍ଷା ପାଇବା ପାଇଁ ସକାଳ ଏବଂ ସନ୍ଧ୍ଯାରେ ଅଞ୍ଚଳ ବାସୀ ରାସ୍ତା କଡ଼ରେ ନିଆଁ ପାଖରେ ବସିବା ଦେଖିବାକୁ ମିଳିଛି । ସବୁଜ ବନାନୀ ଓ ଚତୁଃର ପାର୍ଶ୍ୱ ପାହାଡ଼ରେ ପରିପୂର୍ଣ ଘୁ.ଉଦୟଗିରିର ସୌନ୍ଦର୍ଯ୍ୟ କୌଣସି ପ୍ରକାର ଡାର୍ଜିଲିଂ ସୌନ୍ଦର୍ଯ୍ୟ ଠାରୁ କମ ନୁହେଁ l ଯାହାକି ଘୁ.ଉଦୟଗିରି ପର୍ଯ୍ୟଟକଙ୍କ ମନକୁ କିଣି ନେଇ ଥାଏ l ଯାହାପାଇଁ ପର୍ଯ୍ୟଟକ ଘୁ.ଉଦୟଗିରିକୁ ଆସିବା ପାଇଁ ଇଚ୍ଛା ପ୍ରକାଶ କରିଥାନ୍ତି l ତେଣୁ ଘୁ.ଉଦୟଗିରିରେ ଥିବା ପର୍ଯ୍ୟଟନସ୍ଥଳୀର ବିକାଶ ସହ ଚଳିତ ବର୍ଷ ଶୀତ ମହୋତ୍ସବ ପାଇଁ ବାରମ୍ବାର ଦାବି ହୋଇ ଆସୁ ଥିଲା l ହେଲେ ଶୀତ ମହତ୍ସବ ପାଇଁ ପ୍ରଶାସନ ଓ ସ୍ଥାନୀୟ ବାସିନ୍ଧାଙ୍କ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି l ଏହାକୁ ନେଇ ପ୍ରସ୍ତୁତି ବୈଠକ ମଧ୍ୟ ବ୍ଲକ ପ୍ରେଖ୍ୟାଳୟରେ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇ ଥିଲା l ଘୁ.ଉଦୟଗିରି ପ୍ରବେଶ ପଥ ଗଞ୍ଜାମ-କନ୍ଧମାଳ ସୀମାନ୍ତରେ ରହିଛି ଅଙ୍କାବଙ୍କା ଦୀର୍ଘତମ କଳିଙ୍ଗା ଘାଟି ଓ ଘାଟି ଉପରେ ରହିଛି ଶିଲଭି କଲଚର ଗାର୍ଡେନ ଯାହାର ସୌନ୍ଦର୍ଯ୍ୟ ପର୍ଯ୍ୟଟକଙ୍କ ମନକୁ ବିମୋହିତ କରିଥାଏ l ଘୁ.ଉଦୟଗିରିର ସହରାଞ୍ଚଳରେ ଓଡ଼ିଶାର ସର୍ବନିମ୍ନ ତାପମାତ୍ରା ଆଜି ୨.୫  ରେକର୍ଡ କରାଯାଇ ଥିବା ବେଳେ ଗ୍ରାମାଞ୍ଚଳ ଅର୍ଥାତ ପୁକୁଲିଙ୍ଗିଆ, ସିପାଏଯୁ, ଡଡାପାଡ଼ା, ତୁମୁସୀଙ୍ଗିଆ, ଲଏରେଜୁ, ଗଦ୍ରିଙ୍ଗିଆ, ସିରିକି, କୁର୍ମୀଙ୍ଗିଆ, ମୁକୁଲିଙ୍ଗିଆ, ଲିଙ୍ଗାଗଡ, ସହରାଅଞ୍ଚ ଅର୍ଥାର ଗୁଦ୍ରିପୋଡ଼ି ଇତ୍ୟାଦି ଅଂଚଳରେ ପାଖାପାଖି ୨ ଡିଗ୍ରୀ ତଳେ ଥିବା ଅନୁମାନ କରିଛନ୍ତି ପାଣିପାଗ ବିଶଷଜ୍ଞ l ସେହିପରି ଓଡ଼ିଶାର କାଶ୍ମୀର ଭାବେ ପରିଚିତ ଦାରିଙ୍ଗବାଡିରେ ଆଜି ୬ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରିଛି ପାଣିପାଗ ବିଭାଗ l ପ୍ରବଳ ଶୀତ ଯୋଗୁଁ ସିର୍କି ଘାଇ ଓ ଇକୋ ପାର୍କ, କାକାଲ ବାକି, ଡିଣ୍ଡାବାଲି, କାଲିଗାଡୁ, କଲିନାଜୁ ଡ୍ୟାମ, ବାଲାସରୁ ଇତ୍ୟାଦି ପର୍ଯ୍ୟଟକ ସ୍ଥଳୀରେ ବଣ ଭୋଜିରେ ଆସର ବଢ଼ିବାରେ ଲାଗିଛି l ସେହିପରି ଦାରିଙ୍ଗବାଡି ୬ ଡିଗ୍ରୀ ଓ ଫୁଲବାଣୀ  ୫ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରିଛି ପାଣିପାଗ ବିଭାଗ l ଘୁ.ଉଦୟଗିରି ଅଂଚଳର ବିଭିନ୍ନ ସ୍ଥାନରେ ତୁଷାରପାତ ହୋଇ ଥିବା ମଧ୍ୟ ସୂଚନା ମିଳିଛି l