ଯୁବାଗୁଡା ପଂଚାୟତ ଗୃହପାଇଁ ବ୍ଲକ ଆଉ ରାଜରାସ୍ତା ଅବରୋଧ….

କୋଟଗଡ(ଦିପେନ୍ଦ୍ର ନାୟକ): କୋଟଗଡ ପଂଚାୟତସମିତି ୨୦୧୭ ପଂଚାୟତ ସମ୍ପ୍ରସାରଣ କରି ଯୁବାଗୁଡାକୁ ନୂତନ ଗ୍ରାମପଂଚାୟତ ରୂପେ ମାନ୍ୟତା ପାଇଥିଲା l କିନ୍ତୁ ପଂଚାୟତ ଗୃହ ପାଇଁ ଅଦ୍ୟାବଧି ଲାଗିରହିଛି ୱାର୍ଡ ୱାର୍ଡ ମଧ୍ୟରେ ଗୋଷ୍ଠୀବିବାଦ l ଅଭିଯୋଗ କାରୀଙ୍କ କହିବାନୁଯାଇ ପୂର୍ବ ନିଷ୍ପତି ପ୍ରକାରେ ବଡ଼ଜାଲରେ ପଂଚାୟତଗୃହ ନିର୍ମାଣ ପାଇଁ ନିଷ୍ପତି ହୋଇଥିଲା l ଆଉ ପରବର୍ତୀ ସମୟ ଗୃହନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ବିବାଦ ଉପୁଜିବାରୁ ନିର୍ମାଣ କାର୍ଯ୍ୟ ବନ୍ଦ ହୋଇଥିଲା l ଆଉ ଏହାର ନ୍ୟାୟ ଦାବୀରେ ଗୋଟିଏ ଗୋଷ୍ଠୀ ଉଚ୍ଚ ନ୍ୟାୟାଳୟର ଦ୍ୱାରସ୍ତ ହୋଇ 825/ଏ ରେ ପଂଚାୟତ ଗୃହନିର୍ମାଣ ପାଇଁ ଅନୁମତି ପତ୍ର ଆଣିଥିଲେ l ହେଲେ ପଂଚାୟତ ଗୃହଟି ଅନ୍ୟତ୍ର ନିର୍ମାଣ ହେଉଥିବାରୁ  ସାନ୍ଧିମାହା, ବଡ଼ଜାଲ, ଟୀକାରୀଗାଁ, ମାଟିଗେଡ଼ା, ଯାଞ୍ଜକପାଟା, ମାଝୀଗୁଡା ଆଦିର ଶତାଧିକ ଲୋକେ ଆଜି କୋଟଗଡ ବ୍ଲକ କାର୍ଯ୍ୟାଳୟ ଘେରାଓ କରିଥିଲେ l ବିଡିଓ ଅନୁପସ୍ଥିତ ଥିବାରୁ ଅତିରିକ୍ତ ତହସିଲଦାର ଅମର ପରାସେଟ ଉତ୍ୟକ୍ତଲୋକଙ୍କୁ ବୁଝାଇବାକୁ ଚେଷ୍ଟା କରି ବିଫଳ ହେବା ପରେ ଉତ୍ୟକ୍ତ ଲୋକେ ଅପରାହ୍ନ ୪ଟାରୁ କୋଟଗଡ ବଜାରରେ ପହଂଚି ନାରାବାଜି ସହ ରାସ୍ତାରେ ଅବରୋଧ କରି ବସିଥିଲେ ଓ ହଣ୍ଡା ହାଣ୍ଡି ଆଣି ରନ୍ଧା ଖାଦ୍ୟ ଖାଇଥିଲେ l ଫଳରେ ଗାଡି ମଟର ଯାତାୟାତ ବନ୍ଦ ହୋଇଥିବା ଜନସାଧାରଣ ଅସୁବିଧାର ସମ୍ମୁଖୀନ ହୋଇଥିଲେ l ଘଟଣାସ୍ଥଳରେ ତହସିଲଦାର ଭୋଳାନାଥ ମାଝୀ ଓ ଥାନାଧିକାରୀ ସମୀର କୁମାର ବେହେରା ପହଞ୍ଚି ଆନ୍ଦୋଳକାରୀଙ୍କୁ ବୁଝାସୁଝା କରିଥିଲେ l ଘଟଣା ସ୍ଥଳରେ ଏସଡ଼ିପିଓ ଶୁଭମ ଭୋସଲେ ପହଂଚିଥିଲେ l ତେଵେ ବହୁ ଚେଷ୍ଟାପରେ ଚାରି ଘଣ୍ଟା ପରେ ତହସିଲଦାରଙ୍କ ଆଗାମୀ ନିଷ୍ପତି ତାରିଖ ନିର୍ଧାରଣରୁ ରାସ୍ତା ଅବରୋଧ ହଟି ଥିଲା l