ଦାରିଙ୍ଗବାଡି(ଅଶୋକ ସିଂ): ଆଗାମୀ ବଡ଼ଦିନ ଦିନ ପର୍ବକୁ ଦୃଷ୍ଟିରେ ରଖି କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ଥାନା ପକ୍ଷରୁ ଆଇଆଇସି ବିଜୟ କୁମାର ହାଇବୁରୁଙ୍କ ଅଧ୍ୟକ୍ଷତାରେ ସମସ୍ତ ବର୍ଗର ନେତୃବୃନ୍ଦଙ୍କ ଉପସ୍ଥିତିରେ ଶାନ୍ତି କମିଟି ବୈଠକ ସ୍ଥାନୀୟ ଥାନା ପରିସରରେ ଅନୁଷ୍ଠିତ ହୋଇ ଯାଇଛି । ଉକ୍ତ ବୈଠକରେ ବଡ଼ଦିନ ପର୍ବ ପାଳନ ସମୟରେ ଅଞ୍ଚଳରେ କିପରି ଶାନ୍ତି ଶୃଙ୍ଖଳା ବଜାୟ ରହିବ, ବିଶେଷ କରି ମଦ୍ୟପ ମାନଙ୍କ ଦୌରାତ୍ମ୍ୟ, ଦୃତ ଗାଡ଼ି ଚାଳନା, ଜନ ଗହଳି ସ୍ଥାନରେ ଟ୍ରାଫିକ ବ୍ୟବସ୍ଥା, ସମସ୍ତ ଚର୍ଚ୍ଚ ଅଞ୍ଚଳକୁ ପୁଲିସ ପେଟ୍ରୋଲିଙ୍ଗ କରିବା ଆଦି ବିଷୟ ଉପରେ ଆଲୋଚନା କରିବା ସହ ମିଥ୍ୟା ଗୁଜବକୁ ବିଶ୍ୱାସ ନ କରି ସମସ୍ତେ ସଚେତନ ରହିବାକୁ ପରାମର୍ଶ ଦିଆଯାଇ ଥିଲା । ଆୟୋଜିତ ବୈଠକରେ ରାଜସ୍ବ ନିରୀକ୍ଷକ ରଞ୍ଜିତ କହଁର, ଉପ ଆରକ୍ଷୀ ଅଧିକାରୀ ଭୋଲାନାଥ ପଣ୍ଡା, ଏସଆଇ ଶଙ୍କର ୱାର୍ଡକା, କାଥଲିକ ଚର୍ଚ୍ଚର ମୁଖ୍ୟ ଯାଜକ ବିମଳ ଚନ୍ଦ୍ର ନାୟକ, ପାଷ୍ଟର ଚିତ୍ରସେନ କାର୍ଜି ମାଝୀ, ଖ୍ରୀଷ୍ଟିଆନ ସଂପ୍ରଦାୟର ସଭାପତି ବିକ୍ରମ ବସ୍ତିରାୟ, ସମ୍ପାଦକ ରାଧାକାନ୍ତ ବଳିଆର ସିଂ, ମଣ୍ଡଳ ସଭାପତି ଗଣେଶ ଡାକୁଆ, ହିନ୍ଦୁ ସମ୍ପ୍ରଦାୟ ପକ୍ଷରୁ ଶ୍ୟାମ ମହାଙ୍କୁଡ, ମିଡ଼ ବେହେର ଦଳେଇ, ବଜାର କମିଟି ସଦସ୍ୟ ଶରତ ପୃଷ୍ଟି, ପିଙ୍କୁ ପାତ୍ର, ପୂର୍ବତନ ସରପଞ୍ଚ ସୁନାର ସିଂ ମାଝୀଙ୍କ ସମେତ ଅଞ୍ଚଳର ବୁଦ୍ଧିଜୀବୀ ଓ ସ୍ଥାନୀୟ ନେତୃବୃନ୍ଦମାନେ ଯୋଗ ଦେଇଥିବା ବେଳେ କାର୍ଯ୍ୟକ୍ରମ ପରିଚାଳନାରେ ଥାନାର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ ।