ଛେଳି ଛୁଆକୁ ବଞ୍ଚାଇବାକୁ ଯାଇ ଓଲଟିଲା ବାଲି ବୋଝେଇ ହାଇବା….

ଦାରିଙ୍ଗବାଡି(ଅଶୋକ ସିଂ): କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀ ଗାଁ ଥାନା ଅଞ୍ଚଳରେ ଘଟିଛି ଏକ ଅଭାବନୀୟ ଦୁର୍ଘଟଣା l ଛେଳି ଛୁଆକୁ ବଞ୍ଚାଇବାକୁ ଯାଇ ଏକ ବାଲି ବୋଝେଇ ହାଇବା ଗାଡ଼ି ଓଲଟି ପଡ଼ିଥିବା ଜଣା ପଡ଼ିଛି l ସୂଚନା ଅନୁଯାଇ ତାଯୁଙ୍ଗିଆ ପଞ୍ଚାୟତରେ କୋଠା ନିର୍ମାଣ ଚାଲିଛି l ଉକ୍ତ ନିର୍ମାଣ କାର୍ଯ୍ୟ ପାଇଁ ରାମପୁର ଠାରୁ ଏକ ବାଲିବୋଝେଇ ହାଇବା ଗାଡ଼ି ତାଯୁଙ୍ଗିଆ ଅଭିମୁଖେ ଯାଉଥିବା ବେଳେ ମହାଗୁଡ଼ି ନିକଟ ଅଡାଦାରା ଶଙ୍ଖ ବୁଲାଣିରେ ଏକ ଛେଳି ଛୁଆ ରାସ୍ତା ଉପରକୁ ଚାଲି ଆସିଥିଲା l ଉକ୍ତ ଛେଳି ଛୁଆକୁ ବଞ୍ଚାଇବାକୁ ଯାଇ ଡ୍ରାଇଭର ବ୍ରେକ ମାରି ଗାଡିକୁ ସାଇଡ଼ କରିବା ବେଳେ ଗାଡ଼ି ଭାରସାମ୍ୟ ହରାଇ ଓଲଟି ପଡ଼ିଥିବା ବେଳେ କାହାର କିଛି କ୍ଷତି ହୋଇ ନଥିବା ଜଣା ପଡ଼ିଛି l ଉକ୍ତ ଗାଡ଼ିର ଡ୍ରାଇଭର, ହେଲ୍ପର ସୁରକ୍ଷିତ ଥିବା ବେଳେ ସୂଚନା ପାଇ ଠିକାଦାର ଆସି ଉକ୍ତ ଗାଡ଼ିର ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିବା ଜଣା ପଡ଼ିଛି ।