ଗାଇବା ସ୍ୱାସ୍ଥ୍ୟ କେନ୍ଦ୍ରରେ ଚୋରୀ, ୧୦ ଲକ୍ଷ୍ୟରୁ ଉର୍ଦ୍ଧ ମୁଲ୍ୟର ସାମଗ୍ରୀ ନେଇ ଚୋର ଫେରାର….

ପାରଳାଖେମୁଣ୍ଡି(ପ୍ରବୀଣ କୁମାର ଲିମା): ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ଗାଇବା ଆୟୁଷ୍ମାନ ଆରୋଗ୍ୟ ସ୍ୱାସ୍ଥ୍ୟ କେନ୍ଦ୍ରରେ  ଗୁରୁବାର ରାତି ଅଧେରେ  ଚୋର ପାଚେରୀ ପଛ ପଟ ଏକ ସିମେଣ୍ଟ ଝରକା ଭାଙ୍ଗି ଭିତରେ ପ୍ରବେଶ କରି ଦୁଇଟି କୋମ୍ପୁଟର, ଗଜଲ ମେସିନ, ରକ୍ତ ପରୀକ୍ଷା ମେସିନ  ଉଠେଇକି ନେଇଥିବା ଅଭିଯୋଗ ହୋଇଛି  | କିନ୍ତୁ ଆଶ୍ଚର୍ଯ୍ୟର ବିଷୟ ହେଲା  ଝୋରକା ଭାଙ୍ଗିଲା ପରେ ଭିତର ତିନୋଟି କବାଟ ଖୋଲା ଥିଲା l ଯାହାଦ୍ୱାରା ଚୋର ଚୋରି କରିବାରେ ସଫଳ ହେଇଛି l  ପ୍ରାୟ ୧୦ ଲକ୍ଷ୍ୟ ରୁ ଉର୍ଦ୍ଧ  ଟଙ୍କାର ସାମଗ୍ରୀ  ଚୋରି ହୋଇଥିବା ସୂଚନା ଦେଇଛନ୍ତି ଡ. ଚିନ୍ମୟୀ ମିଶ୍ର ପ୍ରକାଶ  ଏବଂ ତୁରନ୍ତ ପୁଲିସ ଫାଣ୍ଡିରେ ଲିଖିତ ଅଭିଯୋଗ କରିଛନ୍ତି l ସୂଚନା ଅନୁଯାଇ ଗାଇବା ସ୍ୱାସ୍ଥ୍ୟ କେନ୍ଦ୍ର ଅତି ନିକଟରେ  ଦେଶୀ ମଦ କାରବାର ହୋଉଥିବା ଯୋଗୁ ପ୍ରତିଦିନ ସେହି ରାସ୍ତା ଦେଇ ଲୋକମାନେ ମୋଦ ପିଇବା ପାଇଁ ଯିବା ଆସିବା କରିଥାନ୍ତି l  ମଦ ପିଇବାକୁ ଆସିଥିବା ଅସାମାଜିକ ବ୍ୟକ୍ତି ଏହି ଚୋରି କରିଥିବା ପୁଲିସ ଅନୁମାନ କରୁଉଛି  l କାରଣ  ଗତ ଜୁଲାଇ ମାସରେ ମଧ୍ୟ ଗାଇବା ସ୍ୱାସ୍ଥ୍ୟ  କେନ୍ଦ୍ରରେ ଏହିଭଳି ଚୋରି ହୋଇ ଥିବା ଶୁଣିବାକୁ ମିଳିଥିଲା l ସ୍ୱାସ୍ଥ୍ୟ କେନ୍ଦ୍ର ଠାରୁ ୬୦ ମିଟର ଦୂରରେ ପୁଲିସ ଫାଣ୍ଡି  ଓ ଅତି ନିକଟରେ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଅବସ୍ଥିତ l କିନ୍ତୁ ସ୍କୁଲ ଓ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯିବାପାଇଁ ଗୋଟିଏ ରାସ୍ତା l ଭାଲିଆ ସାହିରେ ମଦ କାରବାର  ହୁଏ l ମଦୁଆ ମାନେ ମଧ୍ୟ ସେହି  ରାସ୍ତା  ଦେଇ ମଦ ପିଇବା ପାଇଁ ବ୍ୟବହାର କରୁଥିବା ଯୋଗୁ ଆଜି ଏହି ସ୍ୱାସ୍ଥ୍ୟ କେନ୍ଦ୍ରରେ ଚୋରି ହୋଇଛି ବୋଲି ଗାଇବା ସରପଞ୍ଚ ତିଷ୍ଣ ଭୂୟାଁ, ୱାର୍ଡ଼ ମେମ୍ବର ପ୍ରସାଦ କୂଅଁର, ସିପା ଗମାଙ୍ଗ ପ୍ରକାଶ କରିଛନ୍ତି l