ମିଳିତ ଖ୍ରୀଷ୍ଟିଆନ ସୁରକ୍ଷା ମଞ୍ଚ ପକ୍ଷରୁ ପ୍ରାକ ଖ୍ରୀଷ୍ଟ ଜୟନ୍ତୀ ସମାରୋହ ଅନୁଷ୍ଠିତ: ଯୋଗ ଦେଲେ ସମସ୍ତ ବର୍ଗର ଖ୍ରୀଷ୍ଟିଆନ ସମ୍ପ୍ରଦାୟ, ଓଡ଼ିଶାର ସୁନାମ ଧନ୍ୟ କଣ୍ଠ ଶିଳ୍ପୀ ସ୍ବର୍ଗତ ହ୍ୟୁମାନ ସାଗରଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ…..

ଦାରିଙ୍ଗବାଡି(ଅଶୋକ ସିଂ): କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀ ଗାଁ କାଥଲିକ ଚର୍ଚ୍ଚ ପରିସର ମଧ୍ୟରେ ମିଳିତ ଖ୍ରୀଷ୍ଟିଆନ ସୁରକ୍ଷା ମଞ୍ଚ ପକ୍ଷରୁ ପ୍ରାକ ଖ୍ରୀଷ୍ଟ ଜୟନ୍ତୀ ସମାରୋହ ଧୂମଧାମରେ ପାଳନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୁରୀରୁ ଅନନ୍ତ ପ୍ରସାଦ ସାମନ୍ତ ରାୟ ଯୋଗ ଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବେ ଆଦିବାସୀ ଧର୍ମପ୍ରଦେଶ କନ୍ଧମାଳ ବିଷପ ମହାଚାର୍ଯ୍ୟ ଶରତ ଚନ୍ଦ୍ର ପ୍ରଧାନ, ବ୍ରାହ୍ମଣୀଗାଁ ଧର୍ମାଞ୍ଚଳର ମୁଖ୍ୟ ଯାଜକ ବିମଳ ଚନ୍ଦ୍ର ନାୟକ, କଟକ ଡାୟୋସେସର ଉପ ସଭାପତି ସି ଏସ ମଲିକ, ସହକାରୀ ଯାଜକ ନବୀନ ବଳିଆର ସିଂଙ୍କ ସମେତ ଅନ୍ୟାନ୍ୟ ଅତିଥି ମାନେ ଯୋଗ ଦେଇଥିଲେ । ସମସ୍ତ ଅତିଥିମାନଙ୍କୁ ସ୍ଥାନୀୟ ଶିବ ମନ୍ଦିର ଛକ ଠାରୁ ଶୋଭାଯାତ୍ରା ପଟୁଆର ସହ ଗୀତ ନାଚ କରି ଚର୍ଚ୍ଚ ପର୍ଯ୍ୟନ୍ତ ପାଛୋଟି ନିଆ ଯାଇ ଥିଲା ।
ସେଠାରେ ଆୟୋଜିତ କାର୍ଯ୍ୟକ୍ରମ ପ୍ରାରମ୍ଭରେ ଓଡିଶାର ପ୍ରୀୟ କଣ୍ଠ ଶିଳ୍ପୀ ସ୍ୱର୍ଗତ ହ୍ୟୁମାନ ସାଗରଙ୍କ ଅମର ଆତ୍ମାର ଶାନ୍ତି ନିମନ୍ତେ ଦୁଇ ମିନିଟର ନୀରବ ପ୍ରାର୍ଥନା କରିବା ସହ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇ ଥିଲା । ମଞ୍ଚର ସଭାପତି ଚିତ୍ର ସେନ କାର୍ଜି ମାଝୀଙ୍କ ନେତୃତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ସାଧାରଣ ସମ୍ପାଦକ ପ୍ରଶାନ୍ତ କୁମାର ନାୟକ ସମସ୍ତ ଅତିଥିମାନଙ୍କ ପରିଚୟ ପ୍ରଦାନ କରିବା ସହ ମଞ୍ଚକୁ ଆମନ୍ତ୍ରଣ କରିଥିଲେ l ଅତିଥିମାନଙ୍କ ଦ୍ୱାରା କେକ୍ କାଟି ସମସ୍ତେ ଖୁସି ମାନାଇ ଥିଲେ । ମୁଖ୍ୟ ବକ୍ତା ଶ୍ରୀ ସାମନ୍ତ ରାୟ ପ୍ରାକ ଖ୍ରୀଷ୍ଟ ଜୟନ୍ତୀ ପାଳନର ମାହାତ୍ମ୍ୟ ବିଷୟ “ଦେଖ ଏକ କନ୍ୟା ଗର୍ଭବତୀ ହୋଇ ଏକ ପୁତ୍ର ପ୍ରସବ କରିବେ” ପ୍ରସଙ୍ଗ ଉପରେ ବାକ୍ୟ ପରିବେଷଣ କରିଥିଲ । ଏହି କାର୍ଯ୍ୟକ୍ରମରେ ଗଞ୍ଜାମ ଗଜପତି ଓ କନ୍ଧମାଳ ଜିଲ୍ଲା ସୀମାନ୍ତ ଅଞ୍ଚଳର ୧୩ଗୋଟି ପଞ୍ଚାୟତରୁ ପ୍ରାୟ ଦୁଇ ହଜାର ଲୋକଙ୍କ ସମାଗମ ହୋଇଥିବା ବେଳେ ପ୍ରତ୍ୟେକ ଅଞ୍ଚଳରୁ କଳାକାର ମାନେ ଆସି ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ଏହାପରେ ଖ୍ରୀଷ୍ଟମାସ କଣ୍ଟା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏଥିରେ ଯୀଶୁଖ୍ରୀଷ୍ଟଙ୍କ ଜନ୍ମ ଚରିତ୍ର ନାଟକ ପରିବେଷଣ କରାଯାଇ ଥିଲା । ବ୍ରାହ୍ମଣୀ ଗାଁ ଥାନା ଆଇଆଇସି ବିଜୟ କୁମାର ହାଇବୁରୁଙ୍କ ନେତୃତ୍ୱରେ ପୁଲିସ ବାହିନୀ ଓ ସୁରକ୍ଷା କର୍ମୀ ମୁତୟନ ହୋଇ ଆଇନ ଶୃଙ୍ଖଳା ରକ୍ଷା କରିଥିଲେ ।